ବଲାଙ୍ଗିର : ବଲାଙ୍ଗିର ଭୀମଭୋଇ ମେଡ଼ିକାଲ କଲେଜ ହସ୍ପିଟାଲ ଆଇସିୟୁକୁ ସିଲ୍ କରାଯାଇି । 7 ଦିନ ପର୍ଯ୍ୟନ୍ତ ଆଇସିୟୁକୁ ସିଲ୍ ଘୋଷଣା କଲେ ମେଡିକାଲ କଲେଜ କର୍ତ୍ତୃପକ୍ଷ । 3ଜଣ କରୋନା ଆକ୍ରାନ୍ତ ଚିହ୍ନଟ ପରେ ଆଇସିୟୁକୁ ସିଲ୍ କରାଯାଇଛି । ଏନେଇ ସୂଚନା ଦେଇଛନ୍ତି ମେଡ଼ିକାଲ ସୁପରିଣ୍ଟେଣ୍ଡେଣ୍ଟ ଡା. ମହେନ୍ଦ୍ର ନାୟକ ।
ସୂଚନାଯୋଗ୍ୟ, ଆଜି ବଲାଙ୍ଗିରରୁ 6 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏବେ ବଲାଙ୍ଗିରରେ ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା 406ରେ ପହଞ୍ଚିଛି । ସୁସ୍ଥ ହୋଇଛନ୍ତି 286ଜଣ । ଏବେ ସୁଦ୍ଧା ଜିଲ୍ଲାରେ 120 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।
Tags: