Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଗାଡି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି କି, ସାବଧାନ ହୋଇଯା‘ନ୍ତୁ, ନହେଲେ ଦେବାକୁ ପଡିବ 10 ହଜାର ଟଙ୍କାର ଜରିମାନା
ଆଜିର ଖବର

ଗାଡି ଚଳାଇବାବେଳେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି କି, ସାବଧାନ ହୋଇଯା‘ନ୍ତୁ, ନହେଲେ ଦେବାକୁ ପଡିବ 10 ହଜାର ଟଙ୍କାର ଜରିମାନା

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଉତ୍ତରପ୍ରଦେଶ : ଉତ୍ତରପ୍ରଦେଶରେ ପୁଣି ଥରେ ଟ୍ରାଫିକ୍‌ ନିୟମକୁ କଡାକଡି କରାଯାଇଛି । ଉତ୍ତରପ୍ରଦେଶରେ ଗାଡି ଚଲାଇବା ସମୟରେ ମୋବାଇଲ୍‌ରେ କଥା ହେବା ବେଶ୍‌ ମହଙ୍ଗା ପଡିବ । ଯଦି ଆପଣ ଦୁଇ ଚକିଆ କିମ୍ବା ଚାରି ଚକିଆ ଗାଡି ଚଳାଉଥିବା ସମୟରେ ମୋବାଇଲ୍‌ ଫୋନ୍‌ରେ କଥା ହେଉଛନ୍ତି ତେବେ ଆପଣଙ୍କୁ ପ୍ରଥମ ଥର ପାଇଁ 1ହଜାର ଟଙ୍କା, ଦ୍ବିତୀୟ ଥର ପାଇଁ 10 ହଜାର ଟଙ୍କାର ଜରିମାନା ଲାଗିବ । ଉତ୍ତରପ୍ରଦେଶରେ ମୋଟର ଯାନ ସମ୍ପର୍କିତ ନିୟମାବଳୀ ଜାରି କରାଯାଇଛି ।

ନିୟମମୁତାବକ ବିନା ହେଲମେଟ୍‌ରେ ଗାଡି ଚାଳନା ପାଇଁ 1000ଟଙ୍କା ଜରିମାନା ପଡିବ । ସେହିପରି ପ୍ରଥମ ଥର ପାଇଁ ପାର୍କିଂ ଉଲ୍ଲଂଘନ ଅଭିଯୋଗରେ 500ଟଙ୍କା ଓ ଦ୍ବିତୀୟ ଥର ପାଇଁ 1500ଟଙ୍କାର ଜରିମାନା ପଡିବ । ଏହା ସହିତ ସିଟ୍‌ ବେଲ୍ଟ ପାଇଁ  ଏକ ହଜାର  ଓ ବିନା ଲାଇସେନ୍ସ ବା 14 ବର୍ଷର କମ୍‌ ଶିଶୁଙ୍କ ଗାଡି ଚାଳନା କଲେ 5000ଟଙ୍କାର ଜରିମାନା ପଡିବ ।

ସେହିପରି ଅଧିକାରୀଙ୍କ କଥା ନ ଶୁଣିବା ବା ବାଧା ଉପୁଜାଇଲେ ପ୍ରଥମ ଥର ପାଇଁ 1000 ଟଙ୍କାର ଜରିମାନା ଓ ଦ୍ବିତୀୟ ଥର ପାଇଁ 2000ଟଙ୍କାର ଜରିମାନା ଦେବାକୁ ପଡିବ । ସେହିପରି ଡ୍ରାଇଭିଂ ଲାଇସେନ୍ସକୁ ନେଇ ମିଥ୍ୟା ତଥ୍ୟ ଦେଲେ 10 ହଜାରଟଙ୍କାର ଜରିମାନା ଦେବାକୁ ପଡିବ । ସେହିପରି ଅଗ୍ନିଶମ ଗାଡି ଓ ଆମ୍ବୁଲାନ୍ସକୁ ରାସ୍ତା ନ ଦେଲେ 10 ହଜାର ଟଙ୍କାର ଜରିମାନା ଭରିବାକୁ ପଡିବ ।

ଏତଦ୍‌ବ୍ୟତୀତ ଦ୍ରୁତ ଗତିରେ କାର୍‌ ଚଳାଇଲେ ଦୁଇ ହଜାରଟଙ୍କା ରଜରିମାନା ଓ କମର୍ସିଆଲ ଗାଡିକୁ ମଧ୍ୟ ଦ୍ରୁତ ଗତିରେ ଚଳାଇଲେ ଚାରି ହଜାର ଟଙ୍କାର ଜରିମାନା ଲାଗିବ । ସେହିପରି ଦୁଇ ଚକିଆ ଯାନରେ ତିନିଜଣ ବସିଲେ ଏକ ହଜାରଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି ।

ସେହିପରି ନିଶବ୍ଦ ଅଞ୍ଚଳରେ ଜୋର୍‌ସୋର୍‌ରେ ହର୍ଣ୍ଣ ବଜାଇଲେ ଜରିମାନା ଦେବାକୁ ପଡିବ । ପ୍ରଥମ ଥର ଏହି ନିୟମ ଉଲ୍ଲଂଘନ କଲେ ଏକ ହଜାର ଟଙ୍କା ଦ୍ବିତୀୟ ଥର ପାଇଁ ଦୁଇ ହଜାରଟଙ୍କାର ଜରିମାନା ରହିଛି । ଇନ୍‌ସ୍ୟୁରାନ୍ସ ବିନା ଗାଡି ଚଳାଇଲେ ଦୁଇ ହଜାର ରୁ ଚାରି ହଜାର ଟଙ୍କା ପର୍ଯ୍ୟନ୍ତ ଜରିମାନା ଲାଗିବ ।

ଯାନର ମଡେଲ୍‌ ବଦଳାଇଲେ ନିର୍ମାତା ଓ ଡିଲର୍‌ଙ୍କୁ ପ୍ରତି ବାହନ ପିଛା ଏକ ଲକ୍ଷଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି । ରାଜ୍ୟସରକାର ବିନା ଅନୁମତିରେ କୌଣସି ରେସ୍‌ କିମ୍ବା ଟ୍ରାୟଲ୍‌ରେ ଭାଗ ନେଲେ ପାଞ୍ଚ ହଜାର ଟଙ୍କା ଦେବାକୁ ପଡିବ ବୋଲି ସୂଚନା ରହିଛି ।  (ଏଜେନ୍ସି)

fine
Share. Facebook Twitter LinkedIn Email WhatsApp Copy Link

Related Posts

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

ନିମାପଡାରେ ବିଭିନ୍ନ ଉନ୍ନୟନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ କଲେ ଉପ ମୁଖ୍ୟମନ୍ତ୍ରୀ

September 13, 2026
Latest News

ଆସନ୍ତୁ ଜାଣିବା ସୂର୍ଯ୍ୟମୁଖୀ ମଞ୍ଜି ଆମ ଶରୀର ପାଇଁ କେତେ ଉପକାରୀ

September 13, 2026

ATMରୁ ଫଟା ନୋଟ୍ ବାହାରିଲେ ଚିନ୍ତା ନାହିଁ! ବ୍ୟାଙ୍କ ଦେବ ଟଙ୍କା, ଜାଣନ୍ତୁ ବଦଳାଇବାର ସମ୍ପୂର୍ଣ୍ଣ ନିୟମ

September 13, 2026

ଯୁବକଙ୍କୁ ଛୁରାମାଡ଼, ଗୁରୁତର ଅବସ୍ଥାରେ ଭୁବନେଶ୍ୱର ସ୍ଥାନାନ୍ତର

September 13, 2026

ସମ୍ବଲପୁରରେ ଅପରାଧୀ ଇରଫାନକୁ ପୁଲିସ ଏନକାଉଣ୍ଟର

September 13, 2026

Ganesh Puja 2026: ଆସନ୍ତାକାଲି ଗଣେଷ ପୂଜା, ପ୍ରଭୃଙ୍କ ପାଖରେ ଲାଗି କରନ୍ତୁ ଏହି ଭୋଗ

September 13, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.