Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଖୋଲିଲା ଲକ ଡାଉନ, ଫେରିଲା ସାପ୍ତାହିକ ସଟଡାଉନ
ଆଜିର ଖବର

ଖୋଲିଲା ଲକ ଡାଉନ, ଫେରିଲା ସାପ୍ତାହିକ ସଟଡାଉନ

July 31, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ଭୁବନେଶ୍ବର: ଆଜି ରାଜ୍ୟସରକାର ଅନଲକ୍‌ 3.0ର ଗାଇଡ ଲାଇନ ଜାରି କରିଛନ୍ତି। କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ଚାରେଟି ଜିଲ୍ଲା ଓ ଦୁଇଟି ମହାନଗର ନିଗମକୁ ଜୁଲାଇ 31 ପର୍ଯ୍ୟନ୍ତ ଲକ୍‌ଡାଉନ୍‌ ଘୋଷଣା କରିଥିଲେ। ତେବେ ଏହି ଅନ୍‌ଲକ୍‌ 3.0ରେ ଲକ୍‌ଡାଉନ୍‌କୁ ଖୋଲି ଦେଇଥିବାବେଳେ ପୁଣି ଥରେ ସଟ୍‌ଡାଉନକୁ ଲାଗୁ କରିଛନ୍ତି। ଗଞ୍ଜାମ, ଖୋର୍ଦ୍ଧା,କଟକ, ଗଜପତି ଓ ରାଉରକେଲାରେ ସପ୍ତାହାନ୍ତ ସଟ୍‌ଡାଉନ୍‌ ପୂର୍ବବତ୍‌ ଲାଗୁ ରହିବ ବୋଲି ରାଜ୍ୟ ସରକାର ଘୋଷଣା କରିଛନ୍ତି। ସଟ୍‌ଡାଉନ୍‌ରେ ପୂର୍ବରୁ ଥିବା ସମସ୍ତ କଟକଣା ଲାଗୁ ହେବ ବୋଲି ସୂଚନା ରହିଛି। ସେହିପରି କେନ୍ଦ୍ର ସରକାର ରାତ୍ରିକାଳୀନ କର୍ଫ୍ୟୁକୁ କୋହଳ କରିଥିବାବେଳେ ରାଜ୍ୟ ସରକାର ଏହାକୁ ବଳବତ୍ତର ରଖିଛନ୍ତି। ରାତ୍ରି 9ଟାରୁ ସକାଳ 5ଟା ଯାଏ ସାଧାରଣ ଆତଯାତ ବନ୍ଦ ରହିବ। ତେବେ ଏହି ସମୟରେ କେବଳ ଜରୁରୀକାଳୀନ ସେବା ଜାରି ରହିବ।

ଅପରପକ୍ଷରେ ରାଜ୍ୟ ସରକାର କୋଭିଡ୍‌ କଟକଣା ଓ ଜରିମାନାକୁ ଅଧିକ କଡାକଡି କରିଛନ୍ତି। ମାସ୍କ ନ ପିନ୍ଧିଲେ ପ୍ରଥମ ଦୁଇ ଥର ନିୟମ ଉଲ୍ଳଂଘନ ପାଇଁ 1000 ଟଙ୍କାର ଜରିମାନା ରଖାଯାଇଥିବାବେଳେ ପରବର୍ତ୍ତୀ ଥର ନିୟମ ଭଙ୍ଗ ପାଇଁ ଏହା 5000 ଟଙ୍କାକୁ ବୃଦ୍ଧି କରାଯାଇଛି। ବାହାଘର, ଶୁଦ୍ଧିରେ ଗାଇଡଲାଇନ୍‌ ଭାଙ୍ଗିଲେ କଡା କାର୍ଯ୍ୟାନୁଷ୍ଠାନ ନିଆଯିବ।

ସେହିପରି ବାହାଘର ସର୍ବାଧିକ 50 ଜଣ ଲୋକଙ୍କୁ ଯୋଗ ଦେବାର ଅନୁମତି ରହିଛି। ଏହି ନିୟମ ଉଲ୍ଲଂଘନ କଲେ 10 ହଜାର ଟଙ୍କାର ଜରିମାନା ଦେବାକୁ ପଡିବ ବୋଲି ସୂଚନା ରହିଛି। ସେହିପରି ଶୁଦ୍ଧିକ୍ରିୟାରେ 20ରୁ ଅଧିକ ଲୋକ ରହିପାରିବେନି ବୋଲି ସୂଚନା ରହିଛି। ସେହିପରି ସାମାଜିକ ଦୂରତ୍ବ ଭଙ୍ଗ କରୁଥିବା ଦୋକାନୀଙ୍କ ବିରୋଧରେ ମଧ୍ୟ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।

ପ୍ରତି ସପ୍ତାହର ଶନିବାର ଦିନ ସମସ୍ତ ସରକାରୀ ଅଫିସ୍‌ ବନ୍ଦ ରହିବ। ନୂଆ କଟକଣା ନେଇ ସାଧାରଣ ପ୍ରଶାସନ ବିଭାଗ ନିର୍ଦ୍ଦେଶନାମା ଜାରି କରିଛନ୍ତି।

ଆଜି ମୁଖ୍ୟ ଶାସନ ସଚିବ ଅସିତ୍‌ ତ୍ରିପାଠୀ ଅନଲକ୍‌ 3.0ର ଗାଇଡଲାଇନ ଜାରି କରି କହିଛନ୍ତି ଯେ, ଜୀବନ ଜୀବିକାକୁ ଆଖିଆଗରେ ରଖି ଏହାକୁ ସ୍ବାଭାବିକ କରିବାକୁ ଚେଷ୍ଟା ଚାଲିଛି। ଏହା ଏକ ଚାଲେଞ୍ଜିଂ ରୋଗ, ପରିଚାଳନା କରିବାକୁ ସମୟ ଲାଗିବ। ମାତ୍ର 10 ପ୍ରତିଶତ ଅମାନିଆଙ୍କ ପାଇଁ 90 ପ୍ରତିଶତ ବିପଦରେ ପଡୁଛନ୍ତି  ବୋଲି କହିଛନ୍ତି ମୁଖ୍ୟ ଶାସନ ସଚିବ।

ଅନଲକ୍ 3.0 ଓଡିଶା
Share. Facebook Twitter LinkedIn Email WhatsApp Copy Link

Related Posts

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026

“ଭାରତ ନେଟ୍ ପରିଯୋଜନା” ଫେଜ୍-୩ ର ପ୍ରଗତି ଏବଂ ଆଗାମୀ କାର୍ଯ୍ୟପନ୍ଥା ସମ୍ପର୍କରେ ସମୀକ୍ଷା

May 24, 2026

ବାଧାମୁକ୍ତ ବିଦ୍ୟୁତ ଯୋଗାଣ ପାଇଁ ଓପିଟିସିଏଲ ସବୁ କର୍ମଚାରୀଙ୍କ ଛୁଟି ବାତିଲ

May 24, 2026
Latest News

CJP କୁ ନେଇ ପ୍ରଶାନ୍ତ କିଶୋର କଣ କହିଲେ

May 24, 2026

ଭିବି-ଜି ରାମ ଜି ଆଇନ କାର୍ଯ୍ୟାନ୍ୱୟନ ପାଇଁ ରାଜ୍ୟଗୁଡ଼ିକର ପ୍ରସ୍ତୁତି ସମୀକ୍ଷା କଲେ ଗ୍ରାମୀଣ ବିକାଶ ସଚିବ

May 24, 2026

ଆଥଲେଟିକ୍ସ ଫେଡେରେସନ କପରେ ଓଡ଼ିଶାର ଆନିମେଶ କୁଜୁରଙ୍କ ସଫଳତା: ଉପ ମୁଖ୍ୟମନ୍ତ୍ରୀଙ୍କ ଶୁଭେଚ୍ଛା

May 24, 2026

ଭାରତ ବିଶ୍ୱର ସବୁଠାରୁ ବଡ଼ ଅସ୍ତ୍ରଶସ୍ତ୍ର ଯୋଗାଣକାରୀ ହେବ – ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ

May 24, 2026

‘ଦି ଭଏସ୍: କନକ୍ଲେଭ୍ ଅଫ୍ ଆଇଡିଆଜ୍’ ସମ୍ମିଳନୀର ଉଦ୍ଘାଟନୀ ଅଧିବେଶନରେ ଯୋଗ ଦେଲେ ଉପମୁଖ୍ୟମନ୍ତ୍ରୀ

May 24, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.