ରାଜ୍ୟରେ ରହିଛି 5 ପ୍ରକାରର କରୋନା ଭାଇରସ୍‌ : ଆଇଏଲ୍‌ଏସ୍‌ ନିର୍ଦ୍ଦେଶକ

Published: Aug 1, 2020, 4:57 pm IST

ଭୁବନେଶ୍ବର : ରାଜ୍ୟରେ 5 ପ୍ରକାରର କରୋନା ଭାଇରସ ଚିହ୍ନଟ ହୋଇଛି ବୋଲି ସୂଚନା ଦେଇଛନ୍ତି ଆଇଏଏଲଏସ୍‌ ନିର୍ଦ୍ଦେଶକ ଅଜୟ ପରିଡା । 19A, 19B, 20A, 20A ଓ 20 C ଭାଇରସ୍‌ ଚିହ୍ନଟ ହୋଇଥିବାବେଳେ ସବୁଠାରୁ ଅଧିକ 20 ଏ ଓ 20 ବି ପ୍ରକାର ଭାଇରସ୍‌ ଠାବ ହୋଇଛି । 20 ସି ଭାଇରସ୍‌ କେବଳ ଓଡ଼ିଶାରୁ ଠାବ ହୋଇଛି, ଅନ୍ୟଠାରେ ନାହିଁ ବୋଲି ସୂଚନା ଦେଇଛନ୍ତି ଆଇଏଲଏସ୍‌ ନିର୍ଦ୍ଦେଶକ । 19 ଏ ଭାଇରସ ସହ ୟୁହାନ୍‌ ଭାଇରସର ବହୁତ ସାମଞ୍ଜସ୍ୟ ରହିଛି । ଓଡ଼ିଶାରେ 225 ସାମ୍ପଲ ସଂଗ୍ରହ କରାଯାଇ ଗବେଷଣା ହୋଇଛି । 13ଟି ରାଜ୍ୟରୁ ଆସିଥିବା ପ୍ରବାସୀଙ୍କୁ ନେଇ ଗବେଷଣା ହୋଇଥିଲା । ଗୁଜୁରାଟ, ଦିଲ୍ଲୀ, ତାମିଲନାଡୁ ଆଦି 13ଟି ରାଜ୍ୟରୁ ଫେରିଥିବା ପ୍ରବାସୀଙ୍କୁ ନେଇ ପରୀକ୍ଷା କରାଯାଇଛି । 13ଟି ରାଜ୍ୟରୁ 18ଟି ଜିଲ୍ଲାରୁ ଫେରିଥିବା 225 ଲୋକଙ୍କୁ ନେଇ ଏହି ପରୀକ୍ଷା କରାଯାଇଥିଲା । ଜେନୋମିକ୍‌ ଷ୍ଟଡି ପରେ 5 ପ୍ରକାରର କରୋନା ଭାଇରସ ରହିଥିବା ପ୍ରମାଣ ମିଳିଛି। ଭାରତକୁ ମୂଳତଃ ୟୁରୋପ ଓ ଦକ୍ଷିଣପୂର୍ବ ଏସିଆରୁ ଭାଇରସ୍‌ ଆସିଛି  ବୋଲି ସୂଚନା ଦେଇଛନ୍ତି ନିର୍ଦ୍ଦେଶକ ।

ଭାଇରସର ପ୍ରକାର ମିଳିବା ପରେ ଭ୍ୟାକସିନ୍‌ ପାଇଁ ସୁବିଧା ହେବ ବୋଲି କହିଛନ୍ତି ଆଇଏଲଏସ ନିର୍ଦ୍ଦେଶକ । ଏହା ପରେ ଏହି ପାଞ୍ଚ ପ୍ରକାରର ଭାଇରସ୍‌ ସହ ମୁକାବିଲା କରିବା ପାଇଁ ପାଞ୍ଚ ପ୍ରକାର ଭ୍ୟାକସିନ୍‌ ଦରକାର ହେବ ନା ଗୋଟାଏ ପ୍ରକାର ଭ୍ୟାକସିନ୍ ଦରକାର ହେବ ତାହା ଜଣାପଡିବ । ଜୁଲାଇ ପରଠାରୁ ରାଜ୍ୟରେ ସଂକ୍ରମଣ ନେଇ ପୁଣି ଷ୍ଟଡି କରାଯିବ ବୋଲି କହିଛନ୍ତି ଆଇଏଲଏସ୍‌ ନିର୍ଦ୍ଦେଶକ ।

Related posts