ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ରିପୋର୍ଟ ଆସିଲା ପଜିଟିଭ୍‌ ,‌ ଟ୍ରେନ୍‌ରେ ସୃଷ୍ଟି ହେଲା ହଇଚଇ

Published: Aug 1, 2020, 9:43 pm IST

କୋଚି : କରୋନା ଭାରଇସ୍‌ ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏହାର ସ୍ଥିତି ବେଶ୍‌ ଗମ୍ଭୀର ରହିଛି । କରୋନାକୁ ଦେଖି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ନିଜ ଲୋକ ବାହାରୁ ଆସିଲେ ବି ତାଙ୍କୁ ସନ୍ଦେହରେ ଦେଖାଯାଉଛି ।  ଠିକ୍‌ ଏହି ସମୟରେ ଏବେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ହଠାତ୍‌ ଜଣାପଡିଲା ଆପଣଙ୍କ ସହ ଜଣେ କରୋନା ସଂକ୍ରମିତ ଯାତ୍ରା କରୁଛନ୍ତି, ତେବେ ଆପଣ କ’ଣ କରିବେ । ଠିକ୍‌ ଏହିପରି ଏକ ଘଟଣା ଘଟିଛି କାଝୀକୋଡ –ତିରୁଅନନ୍ତପୁରମ୍‌ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ରେ  । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ  ଟ୍ରେନ୍‌ରେ ଜଣେ କରୋନା ସଂକ୍ରମିତ ହୋଇଥିବାର ଖବର ଜଣାପଡିଥିଲା । ଏହି ଖବର ମିଳିବା ପରେ ହଇଚଇ  ସୃଷ୍ଟି ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣକ କୋଝିକୋଡ-ତିରୁଅନନ୍ତପୁରମ୍‌ରୁ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିଲେ । ଅଧିକାରୀଙ୍କ କହିବାନୁସାରେ କନ୍ୟାକୁମାରୀରୁ ଫେରୁଥିବା ଏହି ବ୍ୟକ୍ତି ଜଣକ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଟ୍ରେନ୍‌ରେ ଚଢିଥିଲେ । ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କୋଝୀକୋଡ ଜିଲ୍ଲାର କୁନ୍ନମଙ୍ଗଲମ୍‌ର ଏକ ଶ୍ରମିକ କିଛି ଲକ୍ଷଣ ଅନୁଭବ କରିବା ପରେ ତିନି ଦିନ ପୂର୍ବରୁ ସେ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ ଗୃହନଗର ଯାଉଥିଲେ । ସେ ତାମିଲନାଡୁର ଗୃହନଗର ଯିବା ପାଇଁ ଟ୍ରେନ୍‌ରେ ଚଢିଥିବାବେଳେ ଯାତ୍ରା ସମୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଫୋନ୍‌ ଆସିଥିଲା । ତାଙ୍କୁ ଏର୍ଣ୍ଣାକୁଲମ୍‌ ଟାଉନ୍‌ ରେଲଓ୍ବେ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯାଇଥିଲା । ରିପୋର୍ଟ ପଜିଟିଭ ମିଳିବା ପରେ କାଝୀକୋଡ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ ସମ୍ପର୍କ କରିଥିଲେ । କିନ୍ତୁ ଟ୍ରେନ୍‌ଟି ଗୋଟିଏ ଦିନ ପୂର୍ବରୁ ଷ୍ଟେସନରୁ ବାହାରିଥିଲା ।  ଏହାପରେ ସ୍ବାସ୍ଥ୍ୟ ଅଧିକାରୀ ତ୍ରିଶୁର ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହା ସମ୍ପର୍କରେ ସୂଚିତ କରାଇଥିଲେ। କିନ୍ତୁ ତ୍ରିଶୁରର ସ୍ବାସ୍ଥ୍ୟ ଅଧିକାରୀ ତ୍ରିଶୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ଟି ତ୍ରିଶୁର ଷ୍ଟେସନ ପାର କରି ସାରିଥିଲା । ଏହା ଏର୍ଣ୍ଣାକୁଲମ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଓହ୍ଲାଇ ଦିଆଯାଇ ହସ୍ପିଟାଲ ନିଆଯାଇଥିଲା ।

ଏହି ଘଟଣା ଜଣା ପଡିବା ପରେ ସଂକ୍ରମିତ ବ୍ୟକ୍ତି ରହିଥିବା ଟ୍ରେନ୍‌ ବର୍ଥକୁ ସିଲ୍‌ କରାଯିବା ସହ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣଶ ଲଗାଯାଇଥିଲା । ସେହିପରି ସେହି ଡବାରେ ଥିବା ଅନ୍ୟ ଲୋକଙ୍କୁ ଏକ ଡବାକୁ ସ୍ଥାନାନ୍ତରିତ କରାଯିବା ସହ ଏହି ସମସ୍ତ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)

 

Related posts