Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ରିପୋର୍ଟ ଆସିଲା ପଜିଟିଭ୍‌ ,‌ ଟ୍ରେନ୍‌ରେ ସୃଷ୍ଟି ହେଲା ହଇଚଇ
ଆଜିର ଖବର

ଶତାବ୍ଦୀ ଏକ୍ସପ୍ରେସରେ ଯାତ୍ରା କରୁଥିବା ଜଣେ ବ୍ୟକ୍ତିଙ୍କର ରିପୋର୍ଟ ଆସିଲା ପଜିଟିଭ୍‌ ,‌ ଟ୍ରେନ୍‌ରେ ସୃଷ୍ଟି ହେଲା ହଇଚଇ

August 1, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

କୋଚି : କରୋନା ଭାରଇସ୍‌ ଏବେ ସାରା ଦୁନିଆରେ ଆତଙ୍କ ସୃଷ୍ଟି କରିଛି । ଭାରତରେ ଏହାର ସ୍ଥିତି ବେଶ୍‌ ଗମ୍ଭୀର ରହିଛି । କରୋନାକୁ ଦେଖି ଲୋକଙ୍କ ଭିତରେ ଆତଙ୍କ ସୃଷ୍ଟି ହୋଇଛି । ନିଜ ଲୋକ ବାହାରୁ ଆସିଲେ ବି ତାଙ୍କୁ ସନ୍ଦେହରେ ଦେଖାଯାଉଛି ।  ଠିକ୍‌ ଏହି ସମୟରେ ଏବେ ଟ୍ରେନ୍‌ରେ ଯାତ୍ରା କରୁଥିବା ସମୟରେ ହଠାତ୍‌ ଜଣାପଡିଲା ଆପଣଙ୍କ ସହ ଜଣେ କରୋନା ସଂକ୍ରମିତ ଯାତ୍ରା କରୁଛନ୍ତି, ତେବେ ଆପଣ କ’ଣ କରିବେ । ଠିକ୍‌ ଏହିପରି ଏକ ଘଟଣା ଘଟିଛି କାଝୀକୋଡ –ତିରୁଅନନ୍ତପୁରମ୍‌ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ରେ  । ଯାତ୍ରୀମାନେ ଯାତ୍ରା କରୁଥିବା ସମୟରେ  ଟ୍ରେନ୍‌ରେ ଜଣେ କରୋନା ସଂକ୍ରମିତ ହୋଇଥିବାର ଖବର ଜଣାପଡିଥିଲା । ଏହି ଖବର ମିଳିବା ପରେ ହଇଚଇ  ସୃଷ୍ଟି ହୋଇଥିଲା ।

ମିଳିଥିବା ସୂଚନା ଅନୁସାରେ ସଂକ୍ରମିତ ବ୍ୟକ୍ତି ଜଣକ କୋଝିକୋଡ-ତିରୁଅନନ୍ତପୁରମ୍‌ରୁ ଜନ ଶତାବ୍ଦୀ ଏକ୍ସପ୍ରେସ୍‌ ଟ୍ରେନ୍‌ରେ ଯାତ୍ରା କରୁଥିଲେ । ଅଧିକାରୀଙ୍କ କହିବାନୁସାରେ କନ୍ୟାକୁମାରୀରୁ ଫେରୁଥିବା ଏହି ବ୍ୟକ୍ତି ଜଣକ ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ଟ୍ରେନ୍‌ରେ ଚଢିଥିଲେ । ପରେ ତାଙ୍କର ରିପୋର୍ଟ ପଜିଟିଭ୍‌ ଆସିଥିଲା । ଉକ୍ତ ବ୍ୟକ୍ତିଙ୍କୁ ଟ୍ରେନ୍‌ରୁ ଓହ୍ଲାଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।

କୋଝୀକୋଡ ଜିଲ୍ଲାର କୁନ୍ନମଙ୍ଗଲମ୍‌ର ଏକ ଶ୍ରମିକ କିଛି ଲକ୍ଷଣ ଅନୁଭବ କରିବା ପରେ ତିନି ଦିନ ପୂର୍ବରୁ ସେ କରୋନା ଟେଷ୍ଟ କରାଇଥିଲେ । ଟେଷ୍ଟ ରିପୋର୍ଟ ଆସିବା ପୂର୍ବରୁ ସେ ତାଙ୍କ ଗର୍ଭବତୀ ପତ୍ନୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଇବା ପାଇଁ ଗୃହନଗର ଯାଉଥିଲେ । ସେ ତାମିଲନାଡୁର ଗୃହନଗର ଯିବା ପାଇଁ ଟ୍ରେନ୍‌ରେ ଚଢିଥିବାବେଳେ ଯାତ୍ରା ସମୟରେ ଜଣେ ସ୍ବାସ୍ଥ୍ୟ ଅଧିକାରୀଙ୍କ ଫୋନ୍‌ ଆସିଥିଲା । ତାଙ୍କୁ ଏର୍ଣ୍ଣାକୁଲମ୍‌ ଟାଉନ୍‌ ରେଲଓ୍ବେ ଷ୍ଟେସନ୍‌ରେ ଓହ୍ଲାଇ ଦିଆଯାଇଥିଲା । ରିପୋର୍ଟ ପଜିଟିଭ ମିଳିବା ପରେ କାଝୀକୋଡ ସ୍ବାସ୍ଥ୍ୟ ଅଧିକାରୀ ତାଙ୍କୁ ସମ୍ପର୍କ କରିଥିଲେ । କିନ୍ତୁ ଟ୍ରେନ୍‌ଟି ଗୋଟିଏ ଦିନ ପୂର୍ବରୁ ଷ୍ଟେସନରୁ ବାହାରିଥିଲା ।  ଏହାପରେ ସ୍ବାସ୍ଥ୍ୟ ଅଧିକାରୀ ତ୍ରିଶୁର ଜିଲ୍ଲାର ସ୍ବାସ୍ଥ୍ୟ ଅଧିକାରୀଙ୍କୁ ଏହା ସମ୍ପର୍କରେ ସୂଚିତ କରାଇଥିଲେ। କିନ୍ତୁ ତ୍ରିଶୁରର ସ୍ବାସ୍ଥ୍ୟ ଅଧିକାରୀ ତ୍ରିଶୁର ଷ୍ଟେସନରେ ପହଞ୍ଚିବା ପୂର୍ବରୁ ଟ୍ରେନ୍‌ଟି ତ୍ରିଶୁର ଷ୍ଟେସନ ପାର କରି ସାରିଥିଲା । ଏହା ଏର୍ଣ୍ଣାକୁଲମ୍‌ରେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଓହ୍ଲାଇ ଦିଆଯାଇ ହସ୍ପିଟାଲ ନିଆଯାଇଥିଲା ।

ଏହି ଘଟଣା ଜଣା ପଡିବା ପରେ ସଂକ୍ରମିତ ବ୍ୟକ୍ତି ରହିଥିବା ଟ୍ରେନ୍‌ ବର୍ଥକୁ ସିଲ୍‌ କରାଯିବା ସହ ଅନ୍ୟ ଲୋକଙ୍କ ପ୍ରବେଶ ଉପରେ କଟକଣଶ ଲଗାଯାଇଥିଲା । ସେହିପରି ସେହି ଡବାରେ ଥିବା ଅନ୍ୟ ଲୋକଙ୍କୁ ଏକ ଡବାକୁ ସ୍ଥାନାନ୍ତରିତ କରାଯିବା ସହ ଏହି ସମସ୍ତ ଯାତ୍ରୀଙ୍କୁ କ୍ବାରେଣ୍ଟାଇନ୍‌ରେ ରହିବାକୁ ପରାମର୍ଶ ଦିଆଯାଇଛି । (ଏଜେନ୍ସି)

 

କ୍ବାରେଣ୍ଟାଇନ୍‌ ପଜିଟିଭ୍‌
Share. Facebook Twitter LinkedIn Email WhatsApp Copy Link

Related Posts

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026
Latest News

ତୁଳସୀ ଗଛରେ ପାଣି ଦେଉଛନ୍ତି କି? ତେବେ ମାନନ୍ତୁ ଏହିସବୁ କଥା, ନଚେତ ହୋଇପାରେ ଅସୁବିଧା

July 28, 2026

ନବରଙ୍ଗପୁରରେ ‘ଏକ ଭାରତ ଶ୍ରେଷ୍ଠ ଭାରତ’ ଓ ‘କଳା ଉତ୍ସବ’

July 28, 2026

ହତ୍ୟା, ଦୁଷ୍କର୍ମ ଏବଂ ଡକାୟତି… : CJP ‘ପଦଯାତ୍ରା’ରେ ଅପରାଧିକ ପୃଷ୍ଠଭୂମି ଥିବା ୯୮୯ ଅଭିଯୁକ୍ତ

July 28, 2026

ONGC ର ପ୍ରଥମ ଡିପ୍ୱାଟର ଏକ୍ସପ୍ଲୋରେଟରୀ ଡ୍ରିଲିଂ ଶୁଭାରମ୍ଭ

July 28, 2026

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା: ସ୍ୱାମୀ ଲକ୍ଷ୍ମଣାନନ୍ଦ ସରସ୍ୱତୀଙ୍କ ନାମରେ ହେବ ଫୁଲବାଣୀ ମେଡିକାଲ କଲେଜ

July 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.