Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ଶବାଗାରରେ ଥିବା ମହିଳାଙ୍କ ମୃତଦେହରୁ କାନ ଓ ଓଠକୁ ଖାଇଗଲେ ମୂଷା
ଆଜିର ଖବର

ଶବାଗାରରେ ଥିବା ମହିଳାଙ୍କ ମୃତଦେହରୁ କାନ ଓ ଓଠକୁ ଖାଇଗଲେ ମୂଷା

August 2, 2020No Comments2 Mins Read
Share Facebook Twitter LinkedIn Email WhatsApp Copy Link

ମୋହାଲି : ପଞ୍ଜାବର ମୋହାଲୀଠାରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଡେରାବସି ସ୍ଥିତ ଇଣ୍ଡସ୍‌ ଇଣ୍ଟରନ୍ୟାସନାଲ୍‌ ହସ୍ପିଟାଲରେ ଶବାଗାରରୁ  ଜଣେ ମହିଳାଙ୍କ ଶବର ଓଠ ଓ କାନକୁ ମୂଷା ଖାଇ ଦେଇଥିବାର ଘଟଣା ସାମ୍ନାକୁ ଆସିଛି । ଏହି ଘଟଣା ସାମ୍ନାକୁ ଆସିବା ପରେ ପ୍ରଶାସନିକ ଅଧିକାର ଓ ହସ୍ପିଟାଲ ପ୍ରଶାସନ ମଧ୍ୟରେ ଚାଞ୍ଚଲ୍ୟ ସୃଷ୍ଟି ହୋଇଛି । ଏହା ପରେ ଏହି ଘଟଣାକୁ ନେଇ ହଙ୍ଗାମା ସୃଷ୍ଟି ହୋଇଥିଲା । ପରିସ୍ଥିତି ଏପରି ଉପୁଜିଲା ପୋଲିସ୍‌ ଘଟଣାସ୍ଥଳରେ ପହଞ୍ଚି ସ୍ଥିତିର ଅନୁଧ୍ୟାନ କରୁଛି ।

ମିଳିଥିବା ସୂଚନା ଅନୁସାରେ ଇଣ୍ଡସ୍‌ ଇଣ୍ଟରନ୍ୟାସନାଲ୍‌ ହସ୍ପିଟାଲରେ ଜଣେ ମହିଳା ସର୍ଜରୀ କରିବା ପାଇଁ ଦୁଇ ଦିନ ପୂର୍ବରୁ ଭର୍ତ୍ତି ହୋଇଥିଲେ । କିନ୍ତୁ ସର୍ଜରୀ ଗୋଟିଏ ଦିନ ପରେ ମହିଳା ଜଣଙ୍କର ମୃତ୍ୟୁ ହୋଇଥିଲା । ମହିଳାଙ୍କ ଶବକୁ ଶବାଗାରରେ ରଖାଯାଇଥିଲା ।

ତା’ପରଦିନ ମହିଳାଙ୍କ ସମ୍ପର୍କୀୟମାନେ ଉକ୍ତ ମହିଳାଙ୍କ ଶବ ନେବା ପାଇଁ ହସ୍ପିଟାଲରେ ପହଞ୍ଚିବା ପରେ ଦେଖିଲେ ଯେ ଶବକୁ ଘୋଡା ଯାଇଥିବା ଚାଦରଟି ପୂରା ରକ୍ତରେ ଜୁଡୁବୁଡୁ । ଚାଦର କାଢି ଦେଖିବା ବେଳକୁ ମୂଷା ଉକ୍ତ ଶବର ନାକ ଓ ଓଠକୁ ପୂରାପୂରି କାଟି ଦେଇଛି । ଏହି ଘଟଣାକୁ ନେଇ ମହିଳାଙ୍କ ସମ୍ପର୍କୀୟ ହସ୍ପିଟାଲ କର୍ତ୍ତୃପକ୍ଷଙ୍କୁ ପଚାରିବାରୁ ସେ ଏହାର କୌଣସି ଜବାବ ଦେଇନଥିଲେ । ମହିଳାଙ୍କ ସମ୍ପର୍କୀୟ ଆହୁରି ମଧ୍ୟ ଅଭିଯୋଗ କରିଛନ୍ତି ଯେ, ଶବାଗାରର କୁଲିଂ ସିଷ୍ଟମ୍‌ ବନ୍ଦ ଥିବାବେଳେ ମୃତ ଶବରୁ କୌଣସି ଅର୍ଗାନ୍‌ କାଢି ନେଇଥିବାର ସନ୍ଦେହ ହେଉଛି ।

ଶବକୁ ନେଇ ହସ୍ପିଟାଲ ପ୍ରଶାସନର ଦାୟିତ୍ବହୀନାତକୁ ନେଇ ପୋଲି୍ସ୍‌ରେ ଅଭିଯୋଗ କରିଥିଲେ ତାଙ୍କ ସମ୍ପର୍କୀୟ ।ତେବେ  ଘଟଣା ଉଗ୍ର ରୂପ ନେବା ପରେ ଉକ୍ତ ହସ୍ପିଟାଲରେ ମ୍ୟାନେଜର କହିଛନ୍ତି ଯେ, ଶବାଗାରଟି ହସ୍ପିଟାଲର ବାହାରେ ଥିବାରୁ ସେଠାରେ ମୂଷା ହୋଇଥିବେ । ତେବେ ଏହି ଘଟଣାର ତଦନ୍ତ ଚାଲିଛି ବୋଲି କହିଛନ୍ତି ହସ୍ପିଟାଲର ମ୍ୟାନେଜର୍‌ । (ଏଜେନ୍ସି)

Share. Facebook Twitter LinkedIn Email WhatsApp Copy Link

Related Posts

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026
Latest News

‘ଜାଣିଶୁଣି ଭୋଟ ଗଣନାକୁ ବିଳମ୍ବ କରାଯାଉଛି’: ଖରାପ ପ୍ରଦର୍ଶନ ପରେ ମମତା ବାନାର୍ଜୀଙ୍କ ପ୍ରଥମ ପ୍ରତିକ୍ରିୟା

May 4, 2026

ମର୍ମନ୍ତୁଦ ଦୁର୍ଘଟଣା : ୫ ମୃତ

May 4, 2026

କିଏ ହେବେ କେରଳର ମୁଖ୍ୟମନ୍ତ୍ରୀ?: କଂଗ୍ରେସ ନେତା ଶଶି ଥରୁର ଦେଲେ ସଙ୍କେତ

May 4, 2026

ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନ : ଭବାନୀପୁର ଆସନରେ ମମତା ବାନାର୍ଜୀ ଆଗୁଆ

May 4, 2026

କେରଳ ବିଧାନସଭା ନିର୍ବାଚନ : ୧୦୦ ଆସନରେ ଆଗୁଆ କଂଗ୍ରେସ

May 4, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.