ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ଜୀବନ ନେଲା କରୋନା : ଗଞ୍ଜାମରେ ମୃତ୍ୟୁ ସଂଖ୍ୟା ଶହେ ଟପିଲା

Published: Aug 2, 2020, 11:19 am IST

ଭୁବନେଶ୍ବର : ଆଜି ରାଜ୍ୟରୁ ପୁଣି 10 ଜଣଙ୍କ ମୃତ୍ୟୁ ହୋଇଛି । ଗଞ୍ଜାମରୁ ସର୍ବାଧିକ 4 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଖୋର୍ଦ୍ଧାରୁ 3 ଜଣଙ୍କର ମୃତ୍ୟୁ ହୋଇଛି । ସେହିପରି ଯାଜପୁର, କଳାହାଣ୍ଡି ଓ ସୁନ୍ଦରଗଡରୁ ଜଣେ ଲେଖାଏଁ ମୃତ୍ୟୁ ହୋଇଥିବାର ସୂଚନା ଦେଇଛି ରାଜ୍ୟ ସ୍ବାସ୍ଥ୍ୟ ଓ ପରିବାର ବିଭାଗ ।

ଗଞ୍ଜାମରେ 4 ମୃତକଙ୍କ ମଧ୍ୟରେ 2 ଜଣ ପୁରୁଷ ଥିବାବେଳେ 2 ଜଣ ମହିଳା ରହିଛନ୍ତି। ଦୁଇ ମହିଳାଙ୍କ ବୟସ 94 ଓ 45 ବର୍ଷ ହୋଇଥିବାବେଳେ ଦୁଇ ପୁରୁଷଙ୍କ ମୃତକଙ୍କ ବୟସ 57 ବର୍ଷ ।

ଖୋର୍ଦ୍ଧା ଜିଲ୍ଲାର ତିନି ମୃତକଙ୍କ ମଧ୍ୟରୁ ଜଣେ ଭୁବନେଶ୍ବରର 78 ବର୍ଷୀୟା ମହିଳା ଥିବାବେଳେ ଅନ୍ୟ ଦୁଇ ମୃତକ ହେଉଛନ୍ତି 58 ବର୍ଷୀୟ ପୁରୁଷ ଓ 60 ବର୍ଷୀୟ ମହିଳା ରହିଛନ୍ତି ।

ସୁନ୍ଦରଗଡରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କର ବୟସ 73 ବର୍ଷ ପୁରୁଷ ବୋଲି ସୂଚନା ରହିଥିବାବେଳେ କଳାହାଣ୍ଡିରୁ ଆଜି ପ୍ରଥମ ମୃତ୍ୟୁ ହୋଇଥିବାବେଳେ  ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ ହେଉଛି 62 ବର୍ଷ । ଯାଜପୁରରୁ ମୃତ୍ୟୁବରଣ କରିଥିବା ଆକ୍ରାନ୍ତଙ୍କ ବୟସ 80 ବର୍ଷ ପୁରୁଷ ବୋଲି ସୂଚନା ରହିଛି ।

ଗଞ୍ଜାମରୁ ଆଜି ସର୍ବାଧିକ 4ଜଣଙ୍କର ଆକ୍ରାନ୍ତଙ୍କର ମୃତ୍ୟୁ ହୋଇଥିବାବେଳେ ଗଞ୍ଜାମରେ ମୋଟ୍‌ ଆକ୍ରାନ୍ତଙ୍କ ସଂଖ୍ୟା 103କୁ ବୃଦ୍ଧି ହୋଇଛି । ସେହିପରି ଖୋର୍ଦ୍ଧାରେ ମୃତ୍ୟୁ ସଂଖ୍ୟା 28କୁ ବୃଦ୍ଧି ହୋଇଛି । କଳାହାଣ୍ଡିରେ କରୋନା ଜନିତ ପ୍ରଥମ ମୃତ୍ୟୁ ହୋଇଥିବାବେଳେ ସୁନ୍ଦରଗଡରେ ମଧ୍ୟ ମୃତ୍ୟୁ ସଂଖ୍ୟା 10କୁ ବୃଦ୍ଧି ହୋଇଥିବାବେଳେ ଯାଜପୁରରେ ମଧ୍ୟ ମୃତ୍ୟୁ ସଂଖ୍ୟା 2କୁ ବୃଦ୍ଧି ହୋଇଛି । ରାଜ୍ୟରେ କରୋନା ଜନିତ ମୃତ୍ୟୁ ସଂଖ୍ୟା 197କୁ ବୃଦ୍ଧି ହୋଇଛି ।

Related posts