ଆସନ୍ତା ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ

Published: Aug 2, 2020, 2:22 pm IST

ଭୁବନେଶ୍ବର : ଆସନ୍ତା ଦିନେ ଦୁଇଦିନ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ, ଦୁଇଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଜୁଲାଇ 29 ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ମାଟ୍ରିକ୍‌ ଖାତା ଦେଖାରେ ବାଧକ ସୃଷ୍ଟି ହୋଇଥିଲା  । ଅପରପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଲକ୍‌ଡାଉନ୍‌ ହେବା ଫଳରେ ଯୁକ୍ତ ଦୁଇ ପରୀକ୍ଷାରେ ବାଧକ ସୃଷ୍ଟି ହୋଇଥିଲା । ଚଳିତ ଥର ଯୁକ୍ତ ଦୁଇରେ କିଛି ପରୀକ୍ଷା ବାକି ରହିଯାଇଛି ।

Related posts