Categories
ଆଜିର ଖବର ରାଜ୍ୟ ଖବର

ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ : ଆସନ୍ତା ତିନି ତାରିଖରେ ଆସିବ ଦ୍ବିତୀୟ କଟ୍‌ଅଫ୍‌ ମାର୍କ

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶିତ ହେବା ପରେ ଆଜିଠାରୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା 26 ତାରିଖ ଯାଏଁ ଜାରି ରହିବ । ସକାଳ 9ଟାରୁ ଏହା ଆରମ୍ଭ ହୋଇଥିବାବଳେ ସନ୍ଧ୍ୟା 5ଟା ଯାଏଁ ଏହା ଚାଲିବ । ଅକ୍ଟୋବର ତିନି ତାରିଖରେ ଦ୍ୱିତୀୟ କଟଅଫ ମାର୍କ ଆସିବ ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ 3 ଲକ୍ଷ 47 ହଜାର 626 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି ।  ହୋଇଛନ୍ତି । ତେବେ ଯୁକ୍ତ 2 ନାମଲେଖା ହେବା ପୂର୍ବରୁ ମହାବିଦ୍ୟାଳୟ ଗୁଡ଼ିକ ତରଫରୁ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କୋଭିଡ-19 ଗାଇଡଲାଇନ ପାଳନ କରିବାକୁ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ କଲେଜ କ୍ୟାମ୍ପସର ପ୍ରବେଶ ଦ୍ୱାରରେ ପାଣି, ସାନିଟାଇଜର, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।

Categories
ଆଜିର ଖବର ରାଜ୍ୟ ଖବର

ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ

ଭୁବନେଶ୍ବର : ପ୍ରକାଶ ପାଇଲା ଯୁକ୍ତ ଦୁଇ ପାଇଁ ପ୍ରଥମ କଟ୍‌ ଅଫ୍‌ ମାର୍କ । କଳାରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ ରେଭେନ୍ସାରେ କଳାରେ 72.5 ପ୍ରତିଶତ କଟ ଅଫ୍‌ ମାର୍କ ରହିଛି । ଦ୍ବିତୀୟ ବିଜେବି କଲେଜ ରହିଛି । ବିଜେବି କଲେଜରେ କଟ୍‌ ଅଫ୍‌ ମାର୍କ 71.83% ରହିଛି । ସେହିପରି ବିଜ୍ଞାନରେ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଛି।ଏଠାରେ ବିଜ୍ଞାନ ପାଇଁ 89% କଟ୍‌ ଅଫ୍‌ ମାର୍କ ରହିଛି । ସେହିପରି ବିଜ୍ଞାନରେ 88.6% ସହ ଦ୍ବିତୀୟ ବିଜେବି ଜୁନିଅର କଲେଜ । 86.67% ସହ ତୃତୀୟରେ ବ୍ରହ୍ମପୁର ନୀଳକଣ୍ଠ ନଗର ସରସ୍ବତୀ ଶିଶୁ ମନ୍ଦିର ରହିଛି ।

ବାଣିଜ୍ୟରେ 75.83% ସହ ପ୍ରଥମ ସ୍ଥାନରେ ରେଭେନ୍ସା ଜୁନିଅର କଲେଜ ରହିଥିବାବେଳେ 75.5% ସହ ଦ୍ବିତୀୟରେ ରାଉରକେଲା ସରକାରୀ ଜୁନିଅର କଲେଜ ରହିଛି । ବାଣିଜ୍ୟରେ 74% ସହ ତୃତୀୟରେ ବିଜେବି ଜୁନିଅର କଲେଜ ରହିଛି।ଆସନ୍ତା 21 ତାରିଖରୁ 26 ତାରିଖ ଯାଏ  ଯୁକ୍ତ ଦୁଇ ନାମଲେଖା ଚାଲିବ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା 21ରୁ ଆରମ୍ଭ ହେବ ଯୁକ୍ତ ଦୁଇ ଆଡ୍‌ମିଶନ୍‌ ଆବେଦନ

ଭୁବନେଶ୍ବର : ଆସନ୍ତା 21ତାରିଖରୁ ଯୁକ୍ତ ଦୁଇ ଆଡମିଶନ୍‌ ଆବେଦନ ପ୍ରକ୍ରିୟା ଆରମ୍ଭ ହେବ ବୋଲି ସୂଚନା ରହିଛି । ଅଗଷ୍ଟ 21ରୁ ସେପ୍ଟେମ୍ବର 4 ମଧ୍ୟରେ ଆବେଦନ କରିହେବ । ସାମସ୍‌ ସେଣ୍ଟର ଜରିଆରେ ଅନଲାଇନ୍‌ରେ ଆବେଦନ କରି ହେବ ।କରୋନା ପାଇଁ ମୁଖ୍ୟମନ୍ତ୍ରୀ ଆବେଦନ ଫି’ କମାଇଥିବାର କହିଲେ ମନ୍ତ୍ରୀ । ସାଧାରଣ ବର୍ଗ ଓ ଏସ୍‌ସି/ ଏସ୍‌ଟି ପିଲାଙ୍କ ପାଇଁ ଶହେ ଟଙ୍କା ଫି’ ହ୍ରାସ ହୋଇଛି । ଏ ବର୍ଷ ସାଧାରଣ ବର୍ଗ ପିଲାଙ୍କ ପାଇଁ ଆବେଦନ ଫି‘ 2ଶହଟଙ୍କା ରହିଥିବାବେଳେ ଏସ୍‌ସି/ଏସ୍‌ଟି ପିଲାଙ୍କ ପାଇଁ ଆବେଦନ ଫି’100ଟଙ୍କା ରଖାଯାଇଛି। ସେପ୍ଟମ୍ବରରେ 9ରେ ମେରିଟ୍‌ ଲିଷ୍ଟ ପ୍ରକାଶ ପାଇବ କହିଛନ୍ତି ଗଣଶିକ୍ଷା ମନ୍ତ୍ରୀ ।

Categories
ଆଜିର ଖବର ରାଜ୍ୟ ଖବର

ଆସନ୍ତା ଦିନେ ଦୁଇ ଦିନ ଭିତରେ ଯୁକ୍ତ ଦୁଇ ନାମଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ

ଭୁବନେଶ୍ବର : ଆସନ୍ତା ଦିନେ ଦୁଇଦିନ ଭିତରେ ଯୁକ୍ତ ଦୁଇ ନାମ ଲେଖା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇବ ବୋଲି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ ସୂଚନା ଦେଇଛନ୍ତି । ଯୁକ୍ତ ଦୁଇ ନାମଲେଖା ପାଇଁ ପ୍ରକ୍ରିୟା ଆରମ୍ଭ ହୋଇଛି । ଦିନେ, ଦୁଇଦିନ ଭିତରେ ଏନେଇ ବିଜ୍ଞପ୍ତି ପ୍ରକାଶ ପାଇବ।

ଜୁଲାଇ 29 ତାରିଖରେ ମାଟ୍ରିକ୍‌ ରେଜଲ୍ଟ ପ୍ରକାଶ ପାଇଥିବାବେଳେ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିବାବେଳେ କରୋନା ଓ ଲକ୍‌ଡାଉନ୍‌ ଯୋଗୁଁ ମାଟ୍ରିକ୍‌ ଖାତା ଦେଖାରେ ବାଧକ ସୃଷ୍ଟି ହୋଇଥିଲା  । ଅପରପକ୍ଷରେ ଅଗଷ୍ଟ ତୃତୀୟ ସପ୍ତାହରେ ଯୁକ୍ତ ଦୁଇ ରେଜଲ୍ଟ ବାହାରିବ ବୋଲି ସୂଚନା ରହିଛି । ଯୁକ୍ତ ଦୁଇ ବିଜ୍ଞାନ ଓ ବାଣିଜ୍ୟ ରେଜଲ୍ଟ ଅଗଷ୍ଟ ତୃତୀୟ ସପ୍ତାହରେ ପ୍ରକାଶ ପାଇବାର ସୂଚନା ଦେଇଛନ୍ତି ମନ୍ତ୍ରୀ । ସେହିପରି ଅଗଷ୍ଟ ମାସ ଶେଷ ସୁଦ୍ଧା କଳା ବିଭାଗର ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ରହିଛି ।

ସୂଚନାଯୋଗ୍ୟ, କରୋନା ଯୋଗୁଁ ଲକ୍‌ଡାଉନ୍‌ ହେବା ଫଳରେ ଯୁକ୍ତ ଦୁଇ ପରୀକ୍ଷାରେ ବାଧକ ସୃଷ୍ଟି ହୋଇଥିଲା । ଚଳିତ ଥର ଯୁକ୍ତ ଦୁଇରେ କିଛି ପରୀକ୍ଷା ବାକି ରହିଯାଇଛି ।