ଆଜିଠାରୁ ଯୁକ୍ତ ଦୁଇ ନାମଲେଖା ଆରମ୍ଭ : ଆସନ୍ତା ତିନି ତାରିଖରେ ଆସିବ ଦ୍ବିତୀୟ କଟ୍‌ଅଫ୍‌ ମାର୍କ

Published: Sep 21, 2020, 12:45 pm IST

ଭୁବନେଶ୍ବର : ଆଜିଠାରୁ ଯୁକ୍ତ ଦୁଇ ବିଜ୍ଞାନ, ବାଣିଜ୍ୟ, କଳା ଓ ଧନ୍ଦାମୂଳକ ଓ ସଂସ୍କୃତ ବିଷୟରେ ନାମଲେଖା ଆରମ୍ଭ ହୋଇଛି । ପ୍ରଥମ ପର୍ଯ୍ୟାୟ କଟ୍‌ ଅଫ୍‌ ମାର୍କ ପ୍ରକାଶିତ ହେବା ପରେ ଆଜିଠାରୁ ଯୁକ୍ତ ଦୁଇ ନାମ ଲେଖା ଆରମ୍ଭ ହୋଇଥିବାବେଳେ ଏହା ଆସନ୍ତା 26 ତାରିଖ ଯାଏଁ ଜାରି ରହିବ । ସକାଳ 9ଟାରୁ ଏହା ଆରମ୍ଭ ହୋଇଥିବାବଳେ ସନ୍ଧ୍ୟା 5ଟା ଯାଏଁ ଏହା ଚାଲିବ । ଅକ୍ଟୋବର ତିନି ତାରିଖରେ ଦ୍ୱିତୀୟ କଟଅଫ ମାର୍କ ଆସିବ ।

ସୂଚନା ଅନୁସାରେ ପ୍ରଥମ ପର୍ଯ୍ୟାୟରେ ମୋଟ 3 ଲକ୍ଷ 47 ହଜାର 626 ଜଣ ଛାତ୍ରଛାତ୍ରୀ ନାମଲେଖା ପାଇଁ ଚୟନ ହୋଇଛନ୍ତି ।  ହୋଇଛନ୍ତି । ତେବେ ଯୁକ୍ତ 2 ନାମଲେଖା ହେବା ପୂର୍ବରୁ ମହାବିଦ୍ୟାଳୟ ଗୁଡ଼ିକ ତରଫରୁ କରୋନା କଟକଣା ପାଇଁ ବ୍ୟାପକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ସରକାର କୋଭିଡ-19 ଗାଇଡଲାଇନ ପାଳନ କରିବାକୁ ମହାବିଦ୍ୟାଳୟଗୁଡ଼ିକୁ ନିର୍ଦ୍ଦେଶ ଦେଇଛନ୍ତି । ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଅନ୍ୟ କର୍ମଚାରୀଙ୍କୁ ମାସ୍କ ପିନ୍ଧିବା ଓ ସାମାଜିକ ଦୂରତ୍ୱ ରଖିବାକୁ ପରାମର୍ଶ ଦିଆଯାଇଥିବା ବେଳେ କଲେଜ କ୍ୟାମ୍ପସର ପ୍ରବେଶ ଦ୍ୱାରରେ ପାଣି, ସାନିଟାଇଜର, ଥର୍ମାଲ ସ୍କ୍ରିନିଂର ବ୍ୟବସ୍ଥା କରାଯାଇଛି ।

Related posts