ଅଗଷ୍ଟ 31ତାରିଖ ପର୍ଯ୍ୟନ୍ତ ବନ୍ଦ ରହିବ ଅଙ୍ଗନବାଡି କେନ୍ଦ୍ର : ଶୁଖିଲା ରାସନକୁ ହିତାଧିକାରୀଙ୍କ ଘରେ ପହଞ୍ଚାଉଛନ୍ତି ଅଙ୍ଗନବାଡି କର୍ମୀ

Published: Aug 2, 2020, 2:29 pm IST

ଭୁବନେଶ୍ବର : କୋଭିଡ୍ ମୁକାବିଲା ପରିପ୍ରେକ୍ଷୀରେ ରାଜ୍ୟର ସମସ୍ତ ଅଙ୍ଗନବାଡି କେନ୍ଦ୍ରଗୁଡ଼ିକ ଆସନ୍ତା 31 ଅଗଷ୍ଟ ଯାଏଁ ବନ୍ଦ ରହିବ। ଏହି ସମୟରେ ମହିଳା ଓ ଶିଶୁ ବିକାଶ ବିଭାଗ ପକ୍ଷରୁ ଗର୍ଭବତୀ ଓ ପ୍ରସୂତି ମହିଳା ତଥା ଶିଶୁମାନଙ୍କ ପାଇଁ କାର୍ଯ୍ୟକାରୀ ହେଉଥିବା ସମନ୍ୱିତ ଶିଶୁ ବିକାଶ ଯୋଜନା ଅଧିନରେ ଅତିରିକ୍ତ ପୁଷ୍ଟିସାଧନ କାର୍ଯ୍ୟକ୍ରମ ଯେପରି ବାଧାପ୍ରାପ୍ତ ନ ହୁଏ, ସେଥିପ୍ରତି ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଉଛି ।

ଅତିରିକ୍ତ ପୁଷ୍ଟି ସାଧନ କାର୍ଯ୍ୟକ୍ରମ ଅନ୍ତର୍ଗତ ପ୍ରତି ମାସରେ ପ୍ରଦାନ କରାଯାଉଥିବା “ଶୁଖିଲା ରାସନ” ଅଙ୍ଗନବାଡି କର୍ମୀମାନେ କୋଭିଡ୍ ନିୟମ ଅନୁପାଳନ କରି ହିତାଧିକାରୀଙ୍କ ଘରେ ପ୍ରଦାନ କରିଛନ୍ତି। ପ୍ରତି ମାସର 1 ତାରିଖରେ ଅଙ୍ଗନବାଡ଼ି କେନ୍ଦ୍ର ଗୁଡ଼ିକରେ ହିତାଧିକାରୀଙ୍କୁ ବଣ୍ଟନ କରାଯାଉଥିବା ଶୁଖିଲା ରାସନକୁ ଅଙ୍ଗନବାଡ଼ି କର୍ମୀମାନେ ହିତାଧିକାରୀଙ୍କ ଘରେ ପହଞ୍ଚି ଅଗଷ୍ଟ ମାସ ପାଇଁ ବାଣ୍ଟିଛନ୍ତି। ଏହି ବଣ୍ଟନ ସମୟରେ ଅଙ୍ଗନବାଡ଼ି କର୍ମୀମାନେ କୋଭିଡ-19 ନିୟମାବଳୀ କଡ଼ାକଡ଼ି ଭାବେ ଅନୁପାଳନ କରୁଛନ୍ତି ବୋଲି ବିଭାଗ ପକ୍ଷରୁ କୁହାଯାଇଛି ।

Related posts