ତାମିଲନାଡୁର ରାଜ୍ୟପାଳଙ୍କୁ କରୋନା

Published: Aug 2, 2020, 6:10 pm IST

ତାମିଲନାଡୁ : ତାମିଲନାଡୁ ରାଜ୍ୟପାଳ ବନଓ୍ବାରିଲାଲ୍‌ ପୁରୋହିତ କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ହୋମ୍ ଆଇସୋଲେସନ୍‌ରେ ରହିବା ପାଇଁ ମେଡ଼ିକାଲ ପକ୍ଷରୁ ପରାମର୍ଶ ଦିଆଯାଇଛି । ଚେନ୍ନାଇର କାବେରୀ ହସ୍ପିଟାଲ ରାଜ୍ୟପାଳଙ୍କୁ କରୋନା ହୋଇଥିବା ସମ୍ପର୍କରେ ସୂଚନା ଦେଇଛି । ହସ୍ପିଟାଲରୁ ମିଳିଥିବା ସୂଚନା ଅନୁସାରେ ରାଜ୍ୟପାଳଙ୍କଠାରେ ଲକ୍ଷଣହୀନ କରୋନା ଚିହ୍ନଟ ହୋଇଥିବାବେଳେ ତାଙ୍କ ଅବସ୍ଥା ଏବେ ସ୍ଥିର ରହିଛି ।

ସୂଚନାଯୋଗ୍ୟ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ୍‌ ଶାହା ମଧ୍ୟ କରୋନାରେ ସଂକ୍ରମିତ ହୋଇଥିବାର ଜଣାପଡିଛି । ସେହିପରି ଉତ୍ତରପ୍ରଦେଶର ବିଜେପି ଅଧ୍ୟକ୍ଷ ସ୍ବତନ୍ତ୍ରଦେବ ସିଂହ ମଧ୍ୟ କରୋନାରେ ସଂକ୍ରମିତ ହୋଇଛନ୍ତି । ଆଜି ୟୁପି କ୍ୟାବିନେଟ୍‌ରେ ଜଣେ ମନ୍ତ୍ରୀ କରୋନା ଯୋଗୁଁ ମୃତ୍ୟୁବରଣ କରିଛନ୍ତି । ଅପରପକ୍ଷରେ କରୋନା ଆକ୍ରାନ୍ତ ହୋଇଥିବା ବଲିଉଡ୍‌ ମେଗା ଷ୍ଟାର୍‌ ଅମିତାଭ ବଚ୍ଚନ କରୋନାରୁ ମୁକ୍ତ ହୋଇଛନ୍ତି । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା ନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି ଅମିତାଭ ।

Related posts