ଶିଶୁର ପାଟିରେ ପଶିଲା ଲୁହାରଡ଼୍‌: ଏମ୍‌କେସିଜିରେ ଅସ୍ତ୍ରୋପଚାର

Published: Aug 2, 2020, 10:22 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଖେଳୁଥିବାବେଳେ ଏକ ଚାରିବର୍ଷର ଶିଶୁକନ୍ୟାର ପାଟିରେ ଏକ ଲୁଡାରଡ଼୍ ପଶିଯାଇଥିବାବେଳେ ବ୍ରହ୍ମପୁର ଏମ୍‌କେସିଜି ଡ଼ାକ୍ତରୀ ଟିମ୍ ଦ୍ୱାରା ଏହାକୁ ଅସ୍ତ୍ରୋପଚାର କରି ବାହାର କରାଯାଇଥିବା ଜଣାପଡ଼ିଛି ।

ଘଟଣାରୁ ପ୍ରକାଶ ଯେ ଗଂଜାମ ଜିଲ୍ଲା ଖଲିକୋଟ ବ୍ଲକ୍ ଅନ୍ତର୍ଗତ ପାଳକଷଣ୍ଢ ଗ୍ରାମର ସନ୍ୟାସୀ ଗୌଡ଼ଙ୍କ ଘର କାମ ଚାଲିଥିଲା । ତାଙ୍କ ୪ ବର୍ଷର ଝିଅ ମନସ୍ମିତା ଛାତ ଉପରକୁ ଯାଇ ଖେଳୁଖେଳୁ ଅସାବଧନତା କାରଣରୁ ନିର୍ମାଣ କାମ ଚାଲୁଥିବା ସ୍ଥାନରେ ପଡ଼ିଯାଇଥିଲା । ସେଠାରେ ପୋତାଯାଇଥିବା ଏକ ଲୁହାଛଡ଼ ଥୋଡ଼ିରେ ପଶି ପାଟି ବାଟେ ବାହାରି ଯାଇଥିଲା । ଝିଅର ଏଭଳି ଅବସ୍ଥାରେ ଦେଖି ପରିବାର ଲୋକ ତାକୁ ତୁରନ୍ତ ବ୍ରହ୍ମପୁର ଏମ୍‌କେସିଜକୁ ଆଣିଥିଲେ । କିନ୍ତୁ କରୋନା ସମୟ ଯୋଗୁଁ ଡ଼ାକ୍ତରମାନ ବିଳମ୍ବ କରିବାକୁ ବ୍ରହ୍ମପୁରର କିଛି ସାମ୍ବାଦିକ ଚଳଚଞ୍ଚଳ ହୋଇ ଉପରିସ୍ଥ ଅଧିକାରୀଙ୍କୁ ଜଣାଇଥିଲେ । ପରେ ମେଡ଼ିକାଲ୍ ପ୍ରଶାସନ ତତ୍ପର ହୋଇ ଡ଼ା. ପ୍ରଣୟ, ଡ଼ା ସ୍ୱରୂପ ମଲିକ ଏବଂ ଡ଼ା ଭି. ରାଜେଶଙ୍କୁ ନେଇ ଏକ ଅସ୍ତ୍ରୋପଚାର ଟିମ୍ ଗଠିତ ହୋଇଥିଲା ।

ସାବଧନତାର ସହ ଅସ୍ତ୍ରୋପଚାର କରାଯାଇ ଛୁଆଟିର ପାଟିରୁ ଲୁହାରଡ଼୍‌ଟିକୁ ବାହାର କରାଯାଇଥିଲା । ବର୍ତ୍ତମାନ ଶିଶୁଟି ସୁସ୍ଥ ଥିବା ଡ଼ାକ୍ତରମାନେ କହିଛନ୍ତି ।

Related posts