ଆକ୍ସନ ମୋଡ଼୍‌ରେ ତହସିଲ୍‌ଦାର: ଚଢ଼ାଉ କରି ୧୮ହଜାର ଲିଟର ପୋଚ ନଷ୍ଟ

Published: Aug 2, 2020, 10:24 pm IST

ହେମାଙ୍ଗ ପ୍ରସାଦ ରାଉଳ

ବ୍ରହ୍ମପୁର: ଗତକାଲି ଏକ ବଡ଼ଧରଣର ଗୁଟ୍‌ଖା କାରଖାନା ଉପରେ ତହସିଲ୍‌ଦାର ଏବଂ ଉପଜିଲ୍ଲାପାଳ ଚଢ଼ାଉ କରି ଦେଢ଼କୋଟି ଟଙ୍କାର ଗୁଟ୍‌ଖା ଏବଂ ସରଞ୍ଜାମ ଜବତ କରିଥିବାବେଳେ ଆଜି ପୁଣି ତହସିଲ୍‌ଦାର ଏକ ବେଆଇନ ମଦ ପ୍ରସ୍ତୁତ କାରଖାନା ଉପରେ ଚଢ଼ାଉ କରିଛନ୍ତି । ଲଗାତାର ଭାବେ ଏଭଳି ଚଢ଼ାଉ ହେଉଥିବାରୁ ଆକ୍ସନ୍ ମୋଡ଼୍‌ରେ ତହସିଲ୍‌ଦାର ଇପ୍‌ସିତା ପ୍ରିୟଦର୍ଶିନୀ ଥିବା ଲୋକେ ଚର୍ଚ୍ଚା କରୁଛନ୍ତି ।

ତହସିଲ୍‌ଦାରଙ୍କ ଏଭଳି ଚଢ଼ାଉକୁ ଦେଖି ଅଂଚଳରେ ଥିବା ବେଆଇନ କଳା ସାମ୍ରାଜ୍ୟ ବିସ୍ତାର କରିଥିବା ଲୋକଙ୍କ ମଧ୍ୟରେ କୋକୁଆ ଭୟ ଖେଳିଗଲାଣି । ଆଜି କୌଣସି ବିଶେଷ ସୂତ୍ରରୁ କୁକୁଡ଼ାଖଣ୍ଡି ତହସିଲ୍ ଅନ୍ତର୍ଗତ ଢ଼େପାଗୁଡ଼ା ଅଂଚଳରେ ଏକ ଚୋରା ଦେଶୀ ମଦ ତିଆରି କାରଖାନା ଚାଲିଥିବା ଖବର ପାଇଁ ତହସିଲ୍‌ଦାର, ତାଙ୍କ ଟିମ୍ ଏବଂ ବ୍ରହ୍ମପୁର ଅବକାରୀ ବିଭାଗ ପକ୍ଷରୁ ଚଢ଼ାଉ ହୋଇଥିଲା । ଚଢ଼ାଉ ବେଳେ ୧୮୦୦୦ ଲିଟର ପୋଚକୁ ନଷ୍ଟ କରିବା ସହ ମଦ ପ୍ରସ୍ତୁତି ପାଇଁ ସରଞ୍ଜାମଗୁଡ଼ିକ ଜବତ କରାଯାଇଥିଲା ।

Related posts