କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ୟେଦ୍ୟୁରପ୍ପାଙ୍କୁ କରୋନା

Published: Aug 3, 2020, 8:29 am IST

ବେଙ୍ଗାଲୁରୁ : କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌. ୟେଦ୍ୟୁରପ୍ପା କରୋନାରେ ଆକ୍ରାନ୍ତ ହୋଇଥିବାର ସୂଚନା ମିଳିଛି । ରବିବାର ବିଳମ୍ବିତ ରାତ୍ରିରେ ଏ ସମ୍ପର୍କରେ ଜଣାପଡିବା ପରେ ସେ ନିଜେ ଟୁଇଟ୍‌ କରି ଏହି ସୂଚନା ଦେଇଛନ୍ତି । ଡାକ୍ତରଙ୍କ ପରାମର୍ଶ କ୍ରମେ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା ୟେଦ୍ୟୁରପ୍ପ  କହିଛନ୍ତି ଯେ, କରୋନା ପରୀକ୍ଷାରେ ପଜିଟିଭ୍‌ ରିପୋର୍ଟ ଆସିଛି । ସେ ସୁସ୍ଥ ଅଛନ୍ତି । ତେବେ ତାଙ୍କ ସହ ସଂସ୍ପର୍ଶରେ ଆସିଥିବା ସମସ୍ତ ଲୋକଙ୍କୁ କରୋନା ପରୀକ୍ଷା କରିବା ସହିତ ଏକାନ୍ତବାସରେ ରହିବା ପାଇଁ ଅନୁରୋଧ କରିଛନ୍ତି ।

ସୂଚନାଯୋଗ୍ୟ, ଗତକାଲି କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହା କରୋନାରେ ପଜିଟିଭ୍‌ ହେବା ଜଣାପଡିଥିଲା । ସେହିପରି ତାମିଲନାଡୁର ରାଜ୍ୟପାଳ ଓ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ କରୋନାରେ ସଂକ୍ରମିତ ହୋଇଛନ୍ତି । (ଏଜେନ୍ସି)

Related posts