ଦିଲ୍ଲୀରେ ହେବ କଂଗ୍ରେସ ଓ ଆପ୍‌ ମେଣ୍ଟ !

Published: Mar 16, 2019, 4:09 pm IST

ଦିଲ୍ଲୀରେ କଂଗ୍ରେସ ଓ ଆମ ଆଦମି ପାର୍ଟି (ଆପ୍‌) ମଧ୍ୟରେ ମେଣ୍ଟ ହେବା ନେଇ ପୁଣି ଥିରେ ସମ୍ଭାବନା ସୃଷ୍ଟି ହୋଇଛି। ଏଥିପାଇଁ ଏକ ନୂଆ ଫର୍ମୁଲା ବାହାରିଥିବା ଚର୍ଚ୍ଚା ହେଉଛି। ମିଳିଥିବା ସୂଚନା ଅନୁସାରେ ଦିଲ୍ଲୀର ୭ଟି ଲୋକସଭା ଆସନ ମଧ୍ୟରୁ ତିନିଟିରେ କଂଗ୍ରେସ ଓ ତିନିଟିରେ ଆମ ଆଦମି ପାର୍ଟି ଓ ଗୋଟିକରେ ଉଭୟ ଦଳ ଦ୍ୱାରା ମନୋନୀତ ଜଣେ ବ୍ୟକ୍ତିଙ୍କୁ ପ୍ରାର୍ଥୀ କରାଯିବ। ତେବେ ପୂର୍ବ ଦିଲ୍ଲୀ, ଉତ୍ତର ଦିଲ୍ଲୀ ଓ ଦକ୍ଷିଣ ଦିଲ୍ଲୀର ଆସନ ଉପରେ ଉଭୟ ଦଳର ନଜର ରହିଛି। ଆପ୍‌ ମୁଖ୍ୟ ଅରବିନ୍ଦ କେଜ୍ରିଓ୍ଵାଲ୍‌ କଂଗ୍ରେସ ସହ ମେଣ୍ଟ କରିବାକୁ ବେଶ୍‌ ଆଗ୍ରହୀ ରହିଛନ୍ତି। ଏଣେ କଂଗ୍ରେସର ଦିଲ୍ଲୀ ପ୍ରଭାରୀ ପି.ସି ଚାକୋ କହିଛନ୍ତି ଭାରତୀୟ ଜନତା ପାର୍ଟିର ମୁକାବିଲା କରିବା ଲାଗି ଆପ୍‌ ଓ କଂଗ୍ରେସର ମେଣ୍ଟ ଜରୁରୀ ବୋଲି କହିଛନ୍ତି। ତେବେ ଏହାକୁ ନେଇ ଖୁସି ନାହାନ୍ତି ଦିଲ୍ଲୀ କଂଗ୍ରେସ ଅଧ୍ୟକ୍ଷା ଶିଲା ଦୀକ୍ଷିତ୍‌। ତେବେ ଦିନେ ଦୁଇଦିନ ମଧ୍ୟରେ କଂଗ୍ରେସ ଓ ଆପ୍‌ ମେଣ୍ଟର ଚିତ୍ର ସ୍ପଷ୍ଟ ହେବାର ସୂଚନା ରହିଛି।

Related posts