ନୂଆଦିଲ୍ଲୀ : ପ୍ରକାଶ ପାଇଲା 2019ର ୟୁନିଅନ୍ ପବ୍ଲିକ୍ ସର୍ଭିସ୍ ରେଜଲ୍ଟ । ପ୍ରଦୀପ ସିଂହ ଆଇଏଏସ୍ ଟପ୍ପର ହୋଇଥିବାବେଳେ ଯତୀନ୍ କିଶୋର ଦ୍ବିତୀୟ ସ୍ଥାନରେ ରହିଛନ୍ତି । ସେହିପରି ପ୍ରତିଭା ବର୍ମାଙ୍କୁ ତୃତୀୟ ସ୍ଥାନ ମିଳିଛି । ଓଡ଼ିଶାର ଅଭିଷେକ ସରାଫଙ୍କୁ ଅଷ୍ଟମ ସ୍ଥାନ ମିଳିଛି । ସେହିପରି ଓଡ଼ିଶାର ସଂଜିତା ମହାପାତ୍ରଙ୍କୁ ଦଶମ ରାଙ୍କ ମିଳିଛି । 107ତମ ସ୍ଥାନରେ ରହିଛନ୍ତି ଅଂଶୁମାନ ରାଜ୍, 120 ତମ ସ୍ଥାନରେ ରହିଛନ୍ତି ଅନୁପ ଦାସ । 125 ନମ୍ବର ସ୍ଥାନରେ ଓଡ଼ିଶାର ନବଲ କୁମାର ଜୈନ୍ ରହିଛନ୍ତି । 190ତମ ସ୍ଥାନରେ ରହିଛନ୍ତି ଶୈଳଜା ଦାସ, 202ରେ ରହିଛନ୍ତି ରାହୁଲ୍ ମିଶ୍ର, 225 ତମ ସ୍ଥାନରେ ରହିଛନ୍ତି ହେମା ନାୟକ, 229 ତମ ସ୍ଥାନରେ ରହିଛନ୍ତି ଆରୁଷି ମିଶ୍ର । 291ତମ ସ୍ଥାନ ରେ ଆଶିଷ ଦାସ, 294 ତମ ସ୍ଥାନରେ ଅଙ୍କିତ ଶଙ୍କର ମିଶ୍ର, 300ତମ ସ୍ଥାନରେ ସୋନାଲି ମିଶ୍ର, 312 ତମ ସ୍ଥାନରେ ଦିବ୍ୟା ମିଶ୍ର, 361ରେ ଅର୍ଘ୍ୟ ପଟ୍ଟନାୟକ, 379ରେ ଜୁବିନ ମହାପାତ୍ର ପ୍ରମୁଖ ରହିଛନ୍ତି । 441ତମ ସ୍ଥାନରେ ସମୀର କୁମାର ଜେନା, 567 ତମ ସ୍ଥାନରେ ମାନସ ରଂଜନ ସାହୁ, 712 ତମ ସ୍ଥାନରେ ଶିବମ ମିଶ୍ର, 715 ତମ ସ୍ଥାନରେ ଓମ୍ ପ୍ରସାଦ ମହାନ୍ତି, 819 ତମ ସ୍ଥାନରେ ବିଭୂତି ଭୂଷଣ ନାୟକ ପ୍ରମୁଖ ରହିଛନ୍ତି । ମୋଟ୍ 829 ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଥିବାର ସୂଚନା ରହିଛି ।
ୟୁପିଏସ୍ସି ସିଭିଲ୍ ସର୍ଭିସ୍ ପରୀକ୍ଷା ପାଇଁ ଜୁଲାଇ 20 ତାରିଖରୁ ଇଣ୍ଟରଭ୍ୟୁ ଆରମ୍ଭ ହୋଇଥିଲା । ଆଶାୟୀ ପରୀକ୍ଷାର୍ଥୀ ୟୁପିଏସସିର ଅଫିସିଆ୍ଲ୍ ଓ୍ବେବସାଇଟ୍ରେ ନିଜ ରୋଲ୍ ନମ୍ବର ଅନୁସାରେ ରେଜଲ୍ଟ ଦେଖିପାରିବେ । କରୋନା ସଂକ୍ରମଣ ପାଇଁ ଲକ୍ଡାଉନ୍ ଯୋଗୁଁ ଆଇଏଏସ୍ ଇଣ୍ଟରଭ୍ୟୁ ସ୍ଥଗିତ ରଖାଯାଇଥିଲା । 180 ଜଣ ଆଇଏଏସ୍, 24 ଜଣ ଆଇଏଫ୍ଏସ୍ ଓ 150ଜଣ ଆଇପିଏସ୍ଙ୍କୁ ନିଯୁକ୍ତି ମିଳିବ ।