ଆଜି ଟୁଇନ୍‌ ସିଟିରେ ଦୁଇ ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌

Published: Aug 5, 2020, 10:53 am IST

ଭୁବନେଶ୍ବର : ଆଜି ଟୁଇନ୍‌ ସିଟିରେ ଦୁଇ ମିନିଟ୍‌ ପାଇଁ ଟ୍ରାଫିକ୍‌ ବନ୍ଦ ରହିବ । ସନ୍ଧ୍ୟା 6ଟାରୁ 6ଟା2 ମିନିଟ୍‌ ପାଇଁ ବନ୍ଦ ରହିବ ଟ୍ରାଫିକ୍‌ । କରୋନା ଯୋଦ୍ଧାଙ୍କ ପାଇଁ ନିରବ ପ୍ରାର୍ଥନା ଲାଗି ଆଜି ଟୁଇନ୍‌ ସିଟିରେ ଟ୍ରାଫିକ୍‌ ବନ୍ଦ ରହିବ । ଟ୍ରାଫିକ୍‌ ବନ୍ଦ ନେଇ କମିଶନରେଟ୍‌ ପୋଲିସ୍‌ ତରଫରୁ ଟୁଇଟ୍‌ ଯୋଗେ ସୂଚନା ଦିଆଯାଇଛି । ଆଜି କୋଭିଡ୍‌ ଯୋଦ୍ଧାଙ୍କ ଲାଗି  2 ମିନିଟ୍‌ ନିରବ ପ୍ରାର୍ଥନା ପାଇଁ ମୁଖ୍ୟମନ୍ତ୍ରୀ ଅପିଲ୍‌ କରିଛନ୍ତି ।

Related posts