24 ଘଣ୍ଟାରେ ଦେଶରେ କରୋନା ଯୋଗୁଁ ଆଖି ବୁଜିଲେ 857ଜଣ

Published: Aug 5, 2020, 11:57 am IST

ନୂଆଦିଲ୍ଲୀ : ଦେଶରେ ଗତ 24 ଘଣ୍ଟା ମଧ୍ୟରେ କରୋନାରେ 857 ଜଣଙ୍କ କରୋନାରେ ମୃତ୍ୟୁ ହୋଇଥିବାବେଳେ 52 ହଜାର 509ଜଣ ଆକ୍ରାନ୍ତ ହୋଇଛନ୍ତି । ଦେଶରେ ସର୍ବମୋଟ ଆକ୍ରାନ୍ତଙ୍କ ସଂଖ୍ୟା 19 ଲକ୍ଷ 08 ହଜାର 254ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା 39 ହଜାର 795କୁ ବୃଦ୍ଧି ହୋଇଛି । ଦେଶରେ ବର୍ତ୍ତମାନ ସୁଦ୍ଧା 5 ଲକ୍ଷ 86 244 ଜଣ ସକ୍ରିୟ ଆକ୍ରାନ୍ତ ରହିଥିବାବେଳେ ସୁସ୍ଥ ହୋଇଛନ୍ତି 12 ଲକ୍ଷ 82 ହଜାର 215 ଜଣ ।

ମହାରାଷ୍ଟ୍ରରେ ସର୍ବାଧିକ ଆକ୍ରାନ୍ତଙ୍କ 16 ହଜାର 142ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ଗୁଜୁରାଟରେ 2 ହଜାର 533ଜଣ, ଦିଲ୍ଲୀରେ 4 ହଜାର 033 ଜଣ, ତାମିଲ୍‌ନାଡୁରେ 4 ହଜାର 349ଜଣ, ଉତ୍ତରପ୍ରଦେଶରେ 1ହଜାର 817ଜଣ, ପଶ୍ଚିମବଙ୍ଗରେ 1 ହଜାର 785ଜଣଙ୍କର ମୃତ୍ୟୁ ହୋଇଛି ।

Related posts