ଜଗତସିଂପୁରରେ ସକାଳ 7ଟାରୁ 4 ପର୍ଯ୍ୟନ୍ତ ଦୋକାନ ଖୋଲା ରହିବ

Published: Aug 5, 2020, 3:05 pm IST

ଜଗତସିଂହପୁର : ଜଗତସିଂହପୁର ଜିଲ୍ଲାରେ କଟକଣାରେ ସାମାନ୍ୟ କୋହଳ କରାଯାଇଛି । ଅନୁମତିପ୍ରାପ୍ତ ଦୋକାନ ଖୋଲିବା ସମୟରେ ପରିବର୍ତ୍ତନ କରାଯାଇଛି ।  ଏହି ପରିପ୍ରେକ୍ଷୀରେ ଜିଲ୍ଲାରେ ଅନୁମତି ପ୍ରାପ୍ତ ସମସ୍ତ ଦୋକାନ ସକାଳ 7ଟାରୁ ଅପରାହ୍ନ 4ଟା ପର୍ଯ୍ୟନ୍ତ ଖୋଲା ରହିବ। ସେହିପରି ଦୋକାନ ଆଗରେ ଭିଡକୁ ବାରଣ କରାଯାଇଥିବାବେଳେ ସାମାଜିକ ଦୂରତ୍ବକୁ ବାଧ୍ୟତାମୂଳକ କରାଯିବାକୁ ନିର୍ଦ୍ଦେଶ ଦେଇଛି ଜିଲ୍ଲା ପ୍ରଶାସନ । ତେବେ ଔଷଧ ଦୋକାନ ଖୋଲିବାରେ କୌଣସି ସମୟ କଟକଣା ନାହିଁ ବୋଲି ସୂଚନା ରହିଛି ।

Related posts