ଏବେ ଖୋଲିବନି ନନ୍ଦନକାନନ

Published: Aug 5, 2020, 3:15 pm IST

ଭୁବନେଶ୍ବର : ଭୁବନେଶ୍ବରରେ ଥିବା ଏକମାତ୍ର ପ୍ରାଣୀଉଦ୍ୟାନ ନନ୍ଦନକାନନ ଏବେ ଖୋଲିବନି । ପର୍ଯ୍ୟଟକଙ୍କ ପାଇଁ ଏବେ ଖୋଲିବନି ନନ୍ଦନକାନନ । ବର୍ଷା ଦିନରେ ନନ୍ଦନକାନନ ଖୋଲିବା ସମ୍ଭାବନା ନାହିଁ ବୋଲି କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି । କରୋନା ସ୍ଥିତି ଠିକ୍‌ ରହିଲେ ଅକ୍ଟୋବରରେ ନନ୍ଦନକାନନ ଖୋଲିବା ନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ଦେଇଛନ୍ତି ନନ୍ଦନ କାନନ କର୍ତ୍ତୃପକ୍ଷ ।

ସୂଚନାଯୋଗ୍ୟ, କରୋନା ସଂକ୍ରମଣ ପାଇଁ ମାର୍ଚ୍ଚ 14ରୁ ନନ୍ଦନକାନନ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଛି। ଅନଲକ୍‌ 3.0ରେ କେନ୍ଦ୍ର ସରକାର  ମନ୍ଦିର, ତୀର୍ଥସ୍ଥାନ, ପର୍ଯ୍ୟଟନ ସ୍ଥାନ ଖୋଲିବାକୁ ସର୍ତ୍ତମୂଳକ ଅନୁମତି ଦେଇଛନ୍ତି ।

Related posts