ପୂର୍ବତନ ଓଡ଼ିଶା ଡିଜି ଏସ୍‌ଏନ୍‌ ତିଓ୍ବାରୀଙ୍କ ପରଲୋକ

Published: Aug 5, 2020, 3:25 pm IST

ଭୁବନେଶ୍ବର : ଓଡ଼ିଶାର ପୂର୍ବତନ ଡିଜି ଏସଏନ୍‌ ତିଓ୍ବାରୀଙ୍କ ପରଲୋକ ହୋଇଛି । ଆଜି ସକାଳରେ ଭୁବନେଶ୍ବରସ୍ଥିତ ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ମୃତ୍ୟୁବେଳକୁ ତାଙ୍କୁ 81ବର୍ଷ ହୋଇଥିଲା । ସେ କ୍ୟାନସର ରୋଗରେ ପୀଡ଼ିତ ଥିଲେ । ଶ୍ରୀ ତିଓ୍ବାରୀ ବହୁ ଦିନ ଧରି ଅସୁସ୍ଥ ରହିଥିବାର ସୂଚନା ଦେଇଛନ୍ତି ତାଙ୍କ ପରିବାର ଲୋକେ । ଆହ୍ଲାବାଦ ବିଶ୍ବବିଦ୍ୟାଳୟରେ ଉଚ୍ଚ ଶିକ୍ଷା ପରେ 1965 ମସିହାରେ ଆଇପିଏସ୍‌ ଭାବେ ଦାୟିତ୍ବ ସମ୍ଭାଳିଥିଲେ ।

Related posts