ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ

Published: Aug 5, 2020, 4:39 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ 137 ପଜିଟିଭ୍‌ ଚିହ୍ନଟ ହୋଇଥିବାର ସୂଚନା ରହିଛି । ଏହି ନୂତନ 137ଜଣଙ୍କ ମଧ୍ୟରୁ 113 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ 24ଟି ଲୋକାଲ୍‌ କେସ୍‌ ରହିଛି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

ଆଜି ଚିହ୍ନଟ 113 କ୍ବାରେଣ୍ଟାଇନ୍‌ରୁ  ଏକ ଘରୋଇ ହସ୍ପିଟାଲର 4ଜଣ କର୍ମଚାରୀ ରହିଥିବାବେଳେ ସାଲିଆ ସାହିରୁ 10 ଜଣ, ଭୀମପୁରରୁ 9 ଜଣ, ଗଙ୍ଗନଗର ବସ୍ତିରୁ 8 ଜଣ, ଓସିସି ବସ୍ତିରୁ 7 ଜଣ ରହିଛନ୍ତି । ବଡଗଡରୁ 6 ଜଣ, ଚନ୍ଦ୍ରଶେଖର ପୁର ବିଡିଏ କଲୋନୀରୁ 5 ଜଣ, ୟୁନିଟ୍‌ -9ରୁ 5 ଜଣ, ସତ୍ୟନଗରରୁ 4 ଜଣ ରହିଛନ୍ତି ।

Image

ସେହିପରି ଆଜି ଲୋକାଲ୍‌ 24 ଜଣଙ୍କ ମଧ୍ୟରୁ ଆଇଆରସି ଭିଲେଜରୁ 2 ଜଣ,ଚିନ୍ତାମଣିଶ୍ବରରୁ ଜଣେ, ଟଙ୍କପାଣି ରୋଡ୍‌ରୁ ଜଣେ, ନୟାପଲ୍ଲୀରୁ ଜଣେ, ଓଲ୍ଡ ଟାଉନ୍‌ ବ୍ରହ୍ମେଶ୍ବର ପାଟଣାରୁ ଜଣେ, ଝାରପଡାରୁ ଜଣେ, ସତ୍ୟ ନଗରରୁ ଜଣେ, ଗଙ୍ଗନଗରରୁ ଜଣେ, ସାମନ୍ତରାପୁରରୁ 2 ଜଣ, ରସୁଲଗଡରୁ ଜଣେ ବାପୁଜୀ ନଗରରୁ  ଜଣେ, ଜୟଦେବ ବିହାରରୁ ଜଣେ, ବରମୁଣ୍ଡାରୁ 2 ଜଣ, ବମିଖାଲରୁ ଜଣେ, ରେଣ୍ଟାଲ କଲୋନୀରୁ ଜଣେ, ସତ୍ୟନଗର ପଞ୍ଜାବୀ କଲୋନୀରୁ ଜଣେ, ଝାରପଡା ଓ ଭଗବାନପୁରରୁ ଜଣେ ଲେଖାଏଁ ରହିଛନ୍ତି ।

Image

ଆଜି ରାଜଧାନୀ ଭୁବନେଶ୍ବରରୁ 118 ଜଣ ସୁସ୍ଥ ହୋଇଛନ୍ତି । ନୂତନ 137 ଜଣ ଆକ୍ରାନ୍ତ ଚିହ୍ନଟ ପରେ ଭୁବନେଶ୍ବରରେ ମୋଟ୍‌ ସଂକ୍ରମିତଙ୍କସଂଖ୍ୟା 3 ହଜାର 354କୁ ବୃଦ୍ଧି ହୋଇଛି । ସେହିପରି ସୁସ୍ଥଙ୍କ ସଂଖ୍ୟା 2 ହଜାର 61ରେ ପହଞ୍ଚିଛି । 18 ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଏବେ ସୁଦ୍ଧା ରାଜଧାନୀରେ 1 ହଜାର 273 ଜଣ ସକ୍ରିୟ ଆକ୍ରାନ୍ତ ରହିଛନ୍ତି ।

Related posts