କୋଭିଡ୍‌ ହସ୍ପିଟାଲର ଅଗ୍ନିନିରାପତ୍ତା ଯାଞ୍ଚ ହେବ

Published: Aug 6, 2020, 2:12 pm IST

ଭୁବନେଶ୍ବର : ରାଜ୍ୟରେ ସମସ୍ତ କୋଭିଡ୍‌ ହସ୍ପିଟାଲରେ ଅଗ୍ନିନିରାପତ୍ତା ଯାଞ୍ଚ କରାଯିବ । ଯାଞ୍ଚ ନେଇ ଅଗ୍ନିଶମ ଡିଜି ସତ୍ୟଜିତ୍‌ ମହାନ୍ତିଙ୍କ ଟୁଇଟ୍‌ ଯୋଗେ ସୂଚନା ଦେଇଛନ୍ତି । ଅଗ୍ନି ନିରାପତ୍ତା ଯାଞ୍ଚ କରିବାକୁ ଏଏଫ୍‌ଓ ଏବଂ ଡିଏଫ୍‌ଓମାନଙ୍କୁ କୁହାଯାଇଛି । ସେମାନେ ଯାଞ୍ଚ କରି ଅସୁବିଧା ଥିଲେ ପରାମର୍ଶ ଦେବେ ବୋଲି ସୂଚନା ଦେଇଛନ୍ତି ଅଗ୍ନିଶମ ଡିଜି । ଆଜି ଅହମ୍ମଦାବାଦର ଏକ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟି 8ଜଣଙ୍କର ମୃତ୍ୟୁ ଘଟିଛି । ଏହି ଘଟଣା ଘଟିବା ପରେ ରାଜ୍ୟ ସରକାର ଏନେଇ ପଦକ୍ଷେପ ଗ୍ରହଣ କରିଛନ୍ତି ।

Related posts