ତେଲ ନଦୀରେ ବୁଡିଗଲେ ତିନି ଶିଶୁ

Published: Aug 6, 2020, 3:13 pm IST

ଉମରକୋଟ :   ତେଲ ନଦୀରେ ତିନିଜଣ ଶିଶୁ ଡୁବି ଯାଇଛନ୍ତି । ନବରଙ୍ଗପୁର ଜିଲ୍ଲା ତୋହରା କୋଟଲଡିହି ଗାଁ ନିକଟରେ ଏକ ଅଭାନବୀୟ ଘଟଣା ଘଟିଛି ।  ତେଲ ନଦୀରେ ତିନିଜଣ ଶିଶୁ ବୁଡି ଯାଇଛନ୍ତି । ଗାଧୋଇବାକୁ ଯାଇଥିବାବେଳେ ଏହି ତିନି ଶିଶୁ ଡୁବି ଯାଇଥିବାରୁ ସୂଚନା ରହିଛି । ମୃତ ତିନିଶିଶୁଙ୍କ ମଧ୍ୟରେ 2 ଜଣ ଝିଅ ଓ ଜଣେ ପୁଅ ଅଛନ୍ତି । ତିନି ଶିଶୁଙ୍କ ବୟସ 4ରୁ 6 ବର୍ଷ ହେବ ବୋଲି ସୂଚନା ରହିଛି । ଘଟଣାସ୍ଥଳରେ ଅଗ୍ନିଶମ କର୍ମଚାରୀ ପହଞ୍ଚି ତିନି ଶିଶୁଙ୍କ ମୃତଦେହ ଉଦ୍ଧାର କରିଛନ୍ତି ।

Related posts