ଆଜି ଭୁବନେଶ୍ବରରୁ 118 ପଜିଟିଭ୍‌ ଚିହ୍ନଟ, 90 ସୁସ୍ଥ

Published: Aug 6, 2020, 5:26 pm IST

ଭୁବନେଶ୍ବର : ଆଜି ଭୁବନେଶ୍ବରରୁ ଆଉ 118 ଜଣ ପଜିଟିଭ୍‌ ଚିହ୍ନଟ ହୋଇଛି । ନୂତନ 118 ଆକ୍ରାନ୍ତଙ୍କ ମଧ୍ୟରେ 71 ଜଣ କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ ହୋଇଥିବାବେଳେ  47ଜଣ ଲୋକାଲ୍‌ କଣ୍ଟାକ୍ଟ କେସ୍‌ ରହିଛନ୍ତି ବୋଲି ବିଏମ୍‌ସି ଟୁଇଟ୍‌ ଯୋଗେ ସୂଚନା ଦେଇଛି ।

Image

କ୍ବାରେଣ୍ଟାଇନ୍‌ରୁ ଚିହ୍ନଟ 71 ଜଣଙ୍କ ମଧ୍ୟରୁ ସ୍ବାସ୍ଥ୍ୟ ବିଭାଗରୁ 10 ଜଣ ରହିଥିବାବେଳ ରିଜର୍ଭ ପୋଲିସ୍‌ କଲୋନୀ, କଳିଙ୍ଗ ଷ୍ଟାଡିୟମ୍‌ନିକଟରୁ 7 ଜଣ, ନୟାପଲ୍ଲୀ ନୂଆ ସାହିରୁ 6 ଜଣ,ସୂର୍ଯ୍ୟ ନରଗରରୁ 4 ଜଣ, ୟୁନିଟ୍‌ -1ରୁ 3ଜଣ, ଗଜପତି ନଗରରୁ 2 ଜଣ ରହିଛନ୍ତି । ଆଜି ଆକ୍ରାନ୍ତଙ୍କ ମଧ୍ୟରେ ତିନିଜଣ ପୋଲିସ୍‌ କର୍ମଚାରୀ ରହିଛନ୍ତି ।

ସେହିପରି ଲୋକାଲ୍‌ କଣ୍ଟାକ୍ଟ 47ଜଣଙ୍କ ମଧ୍ୟରୁ ନୟାପଲ୍ଲୀରୁ ଜଣେ,ବରଗଡ ବ୍ରିଟ୍‌ କଲୋନୀରୁ ଜଣେ, ଭୀମଟାଙ୍କିରୁ ଜଣେ, କଳିଙ୍ଗନଗରରୁ 2 ଜଣ, ଚାରିନମ୍ବର ମସ୍‌ଜିଦ୍‌ କଲୋନୀରୁ ଜଣେ, ପୁରୁଣା ଭୁବନେଶ୍ବରରୁ 2 ଜଣ, ଭିଏସ୍‌ଏସ ନରରୁ ଜଣେ, ପଟିଆରୁ ଜଣେ, ନୟାପଲ୍ଲୀ ବ୍ରିଟ୍‌ କଲୋନୀରୁ2 ଜଣ, ଜୟଦେବ ବିହାର ବାଜପେୟୀ ନଗରରୁ ଜଣେ, ବମିଖାଲରୁ ତିନିଜଣ, ଭରତପୁରରୁ ତିନିଜଣ, ଘାଟିକିଆରୁ 2ଜଣ, ଝାରପଡାରୁ ଜଣେ, ବମିଖାଲରୁ 2 ଜଣ,  ରସୁଲଗଡ ଜିଜିପି କଲୋନୀରୁ ଜଣେ, ସହିଦ ନଗରରୁ ଜଣେ, ରେଲ୍‌ଓ୍ବେ କଲୋନୀରୁ ଜଣେ, ନୟାପଲ୍ଲୀ ସିଆରପି ସ୍କୋୟାରରୁ 2 ଜଣ, ସହିଦନଗର ତେଲୁଗୁ ବସ୍ତିର ଜଣେ, କପିଳ ପ୍ରସାଦରୁ ଜଣେ, ନାଗେଶ୍ବରଟାଙ୍ଗିରୁ 2 ଜଣ, କୋଳଥିଆରୁ ଜଣେ, ମୈତ୍ରୀ ବିହାରରୁଜଣେ, ଲକ୍ଷ୍ମୀସାଗରରୁ ଜଣେ, ବାଣୀବିହାର କ୍ୟାମ୍ପସ୍‌ରୁ ଜଣେ ରହିଛନ୍ତି ।

Image

Image

ଆଜି ଭୁବନେଶ୍ବରରୁ 90 ଜଣ ସୁସ୍ଥ ହୋଇଥିବାବେଳେ ନୂତନ 118 ଆକ୍ରାନ୍ତଙ୍କୁ ମିଶାଇ ରାଜଧାନୀରେ ମୋଟ୍‌ ସଂକ୍ରମିତଙ୍କ ସଂଖ୍ୟା 3 ହଜାର 472କୁ ବୃଦ୍ଧି ହୋଇଛି। ସେହିପରି 18 ଜଣ ମୃତ୍ୟୁବରଣ କରିଥିବାବେଳେ ସୁସ୍ଥ ହୋଇଛନ୍ତି ମୋଟ୍‌ 2ହଜାର151ଜଣ । ଏବେ ସୁଦ୍ଧା ରାଜଧାନୀରେ 1ହଜାର 301ଟି ସକ୍ରିୟ ମାମଲା ରହିଛି ।

Related posts