ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୧୫୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ୨୬୮୮୭ ହୋଇଥିବା ବେଳେ ୧୩,୫୪୯ ଆକ୍ରାନ୍ତଙ୍କର ଏବେ ଚିକିତ୍ସା ଚାଲିଛି। ଆଜି ଗଞ୍ଜାମରୁ ୨୯୦, ଖୁର୍ଦ୍ଧାରୁ ୧୯୭, ରାୟଗଡାରୁ ୧୨୧, ସୁନ୍ଦରଗଡରୁ ୭୬, ଯାଜପୁରରୁ ୪୭, କୋରାପୁଟରୁ ୪୫, କଟକରୁ ୪୪, ପୁରୀରୁ ୪୦, ନୟାଗଡରୁ ୩୫, କେନ୍ଦୁଝରରୁ ୩୩, ବାଲେଶ୍ବର ଓ କଳାହାଣ୍ଡିରୁ ୨୫, ମୟୂରଭଞ୍ଜରୁ ୨୪, ସମ୍ବଲପୁରରୁ ୨୩,ବଲାଙ୍ଗୀରରୁ ୨୨, ଭଦ୍ରଖରୁ ୧୫, କନ୍ଧମାଳରୁ ୧୪, ଜଗତସିଂପୁରରୁ ଓ କେନ୍ଦ୍ରାପଡାରୁ ୧୧, ମାଲକାନଗିରିରୁ ୧୦, ନୂଆପଡାରୁ ୮, ବରଗଡରୁ ୭, ଢେଙ୍କାନାଳରୁ ୬ ଓ ଅନୁଗୁଳ ତଥା ସୋନପୁରରୁ ୫, ଗଜପତି ଓ ଝାରସୁଗୁଡାରୁ ୪, ବୌଦ୍ଧ ରୁ ୨ ଓ ନବରଙ୍ଗପୁର ଜିଲାରୁ ୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। (ସମୀକ୍ଷା ବ୍ଯୁରୋ)