ଭାରତର କୋଭିଡ-୧୯ ସୁସ୍ଥତା ହାର ୬୭.୬୨% ଛୁଇଁଲା; ୧୩.୨ ଲକ୍ଷ ଅତିକ୍ରମ କଲା ମୋଟ ସୁସ୍ଥଙ୍କ ସଂଖ୍ୟା

Published: Aug 6, 2020, 10:40 pm IST

ନୂଆଦିଲ୍ଲୀ, ଗତ ୨୪ ଘଣ୍ଟା ମଧ୍ୟରେ ୪୬,୧୨୧ ରୋଗୀ ସୁସ୍ଥ ହୋଇ ଘରକୁ ଫେରିବା ସହିତ ଭାରତର ସମୁଦାୟ କୋଭିଡ-୧୯ ରୋଗୀଙ୍କ ଆରୋଗ୍ୟ ସଂଖ୍ୟା ୧୩ ଲକ୍ଷ ୨୮ହଜାର ୩୩୬ ରେ ପହଞ୍ଚିଛି। ଏହିପରି ନିୟମିତ ସୁସ୍ଥତା ହାର ବୃଦ୍ଧି ପାଉଥିବାରୁ ସୁସ୍ଥ ଓ ସକ୍ରିୟ ରୋଗୀଙ୍କ ମଧ୍ୟରେ ପାର୍ଥକ୍ୟ ବୃଦ୍ଧି ପାଇ ୭,୩୨,୮୩୫ରେ ପହଞ୍ଚିଛି। ସୁସ୍ଥତା ହାର କ୍ରମାଗତ ଭାବେ ବୃଦ୍ଧି ପାଇ ୬୭.୬୨% ରେ ପହଞ୍ଚିଛି। ଦେଶରେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୫,୯୫,୫୦୧ ହୋଇଥିବା ବେଳେ ଏହା ମୋଟ ମାମଲାର ଶତକଡା ୩୦.୩୧ ଭାଗ । ସକ୍ରିୟ ରୋଗୀମାନେ ବିଭିନ୍ନ ଚିକିତ୍ସାଳୟରେ ଚିକିତ୍ସିତ ହେଉଛନ୍ତି।

ଜୁଲାଇ ୨୪, ୨୦୨୦ ବେଳକୁ ସକ୍ରିୟ ରୋଗୀଙ୍କ ସଂଖ୍ୟା ମୋଟ ରୋଗୀଙ୍କ ତୁଳନାରେ ୩୪.୧୭ ପ୍ରତିଶତ ଥିବା ବେଳେ ଆଜି ଏହା ୩୦.୩୧ ପ୍ରତିଶତକୁ ହ୍ରାସ ପାଇଛି। ସରକାରଙ୍କ ସମନ୍ଵିତ ଉଦ୍ୟମ ଓ କେନ୍ଦ୍ର ସରକାରଙ୍କ ଦ୍ଵାରା ପରିଚାଳିତ କୋଭିଡ-୧୯ ପରିଚାଳନା କୌଶଳ ଯୋଗୁଁ ଏହି ଉନ୍ନତି ଘଟିଛି । ପରୀକ୍ଷା, ଚିହ୍ନଟ ଓ ଚିକିତ୍ସା ଭଳି ପଦକ୍ଷେପକୁ ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଗୁଡିକ ତ୍ୱରାନ୍ୱିତ କରି ନମୁନା ପରୀକ୍ଷଣ ଓ ହସ୍ପିଟାଲ ବୃଦ୍ଧିକୁ ମଜବୁତ କରିଛନ୍ତି । ସେ ଦୃଷ୍ଟିରୁ ହାରାହାରି ମୃତ୍ୟୁହାର ମଧ୍ୟ ହ୍ରାସ ପାଇବାରେ ଲାଗିଛି । ଆଜି ଏହି ମୃତ୍ୟୁହାର ୨.୦୭ ପ୍ରତିଶତରେ ରହିଛି ।

Related posts