ଗିରିଶ ମୁର୍ମୁ ହେଲେ ଦେଶର ପରବର୍ତ୍ତି ମହାଲେଖାକାର, ପ୍ରଥମ ଓଡିଆ ଭାବେ ଏହି ପଦବୀରେ ହେଲେ ଅବସ୍ଥାପିତ

Published: Aug 6, 2020, 11:06 pm IST

ନୂଆଦିଲ୍ଲୀ, ଜମ୍ମୁ-କାଶ୍ମୀର ଉପ ରାଜ୍ୟପାଳ ଦାୟିତ୍ଵ ତୁଲାଉଥିବା ଓଡିଆ ଆଇଏଏସ ଅଧିକାରୀ ଗିରୀଶ ଚନ୍ଦ୍ର ମୁର୍ମୁ ହେଲେ କମ୍ପ୍ତ୍ରୋଲର ଆଣ୍ଡ ଅଡିଟର ଜେନେରାଲ ବା ଦେଶର ମହା ଲେଖାକାର। ଏନେଇ ରାଷ୍ଟ୍ରପତି ରାମନାଥ କୋବିନ୍ଦ ଅନୁମତି ପ୍ରଦାନ କରିଛନ୍ତି। ଫଳରେ କେନ୍ଦ୍ର ଅର୍ଥ ମନ୍ତ୍ରଣାଳୟ ତରଫରୁ ବିଧବଦ୍ଧ ବିଜ୍ଞପ୍ତି ପ୍ରକାଶ ପାଇଛି।

ପ୍ରଥମ ଓଡିଆ ଭାବରେ ସେ ଏହି ସାମ୍ବିଧାନିକ ପଦବୀରେ ଅବସ୍ଥାପିତ ହେବେ। ସେ ଗୁଜରାଟ କ୍ୟାଡରର ଆଇଏଏସ ଅଧିକାରୀ ଥିବା ମୁର୍ମୁ ବହୁ ଉଚ୍ଚ ପଦବୀରେ କାର୍ଯ୍ୟ କରିଛନ୍ତି।

Related posts