Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ମାର୍ଟ ଇଣ୍ଡିଆ ହାକାଥନ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିକୁ ମିଳିଲା ପ୍ରଥମ ପୁରସ୍କାର
ଆଜିର ଖବର

ସ୍ମାର୍ଟ ଇଣ୍ଡିଆ ହାକାଥନ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିକୁ ମିଳିଲା ପ୍ରଥମ ପୁରସ୍କାର

August 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Defence Institute of Advanced Technology wins first prize in Smart India Hackathon-2020

ନୂଆଦିଲ୍ଲୀ, ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି। ଏହାର ଲାଇଭ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା। ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଡା. ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଥିଲେ । ସପ୍ଟଓୟାର ଶ୍ରେଣୀରେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏମଏସ ୩୩୧ର ସମାଧାନ କରିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରହିଥିଲା । ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ମୁଖ, ଅଭିବ୍ୟକ୍ତି ଏବଂ ଅଙ୍ଗଭଙ୍ଗୀ ଚିହ୍ନଟ ପାଇଁ ‘ଦୃଷ୍ଟି’ ଶୀର୍ଷକ ସମାଧାନ ଏହି ଦଳ ପ୍ରସ୍ତୁତ କରିଥିଲେ।

ଡିଆଇଏଟି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ପୁରସ୍କାର ଜିତିଥିବାରୁ ପ୍ରତିରକ୍ଷା ଅନୁସନ୍ଧାନ ବିଭାଗ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡ. ଜି.ସତୀଶ ରେଡ୍ଡୀ ଶୁଭେଚ୍ଛା ଜଣାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026
Latest News

‘ବିକଶିତ ଭାରତ ରାଜ୍ୟ ସ୍ତରୀୟ ଯୁବ ସଂସଦ’: ଯୋଗ ଦେଲେ ୩୦ ଜିଲ୍ଲାର ପ୍ରତିଭାବାନ ଯୁବଶକ୍ତି

March 28, 2026

କଟକରେ ରଥ କାଠ ଚିରଟ ଅନୁକୂଳ କାର୍ଯ୍ୟ ସମ୍ପନ୍ନ

March 28, 2026

ସ୍ଥଳ ସେନା ମୁଖ୍ୟଙ୍କ ସହ ରାଜ୍ୟପାଳ ହରିବାରୁ କମ୍ଭମପାଟିଙ୍କ ସୌଜନ୍ୟ ମୂଳକ ସାକ୍ଷାତ

March 28, 2026

ପଶ୍ଚିମ ଏସିଆ ସଙ୍କଟର ମୁକାବିଲା ପାଇଁ ମୁଖ୍ୟମନ୍ତ୍ରୀମାନଙ୍କ ବୈଠକରେ ଅଧ୍ୟକ୍ଷତା କଲେ ପ୍ରଧାନମନ୍ତ୍ରୀ

March 28, 2026

କଳା ବଜାର ଏବଂ ଭଣ୍ଡାରଣ ବିରୁଦ୍ଧରେ କାର୍ଯ୍ୟକାରୀ ଅଭିଯାନ ଜାରି

March 28, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.