Close Menu
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ମନୋରଂଜନ
  • ଅନ୍ତରାଷ୍ଟ୍ରୀୟ
  • ଜୀବନ ଶୈଳୀ
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use
Facebook X (Twitter) LinkedIn
The Samikhsya OdiaThe Samikhsya Odia
  • ହୋମ
  • ବିଶେଷ ଖବର
  • ରାଜ୍ୟ ଖବର
  • ଜାତୀୟ ଖବର
  • ଆଞ୍ଚଳିକ
  • ସଂସ୍କୃତି
  • ବ୍ୟବସାୟ
  • ଧର୍ମ
  • ଖେଳ
  • ଅନ୍ୟାନ୍ୟ
    • ମନୋରଂଜନ
    • ଅନ୍ତରାଷ୍ଟ୍ରୀୟ
    • ଜୀବନ ଶୈଳୀ
Eng
The Samikhsya OdiaThe Samikhsya Odia
Eng
Home»ଆଜିର ଖବର»ସ୍ମାର୍ଟ ଇଣ୍ଡିଆ ହାକାଥନ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିକୁ ମିଳିଲା ପ୍ରଥମ ପୁରସ୍କାର
ଆଜିର ଖବର

ସ୍ମାର୍ଟ ଇଣ୍ଡିଆ ହାକାଥନ ପ୍ରତିଯୋଗିତାରେ ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜିକୁ ମିଳିଲା ପ୍ରଥମ ପୁରସ୍କାର

August 7, 2020No Comments1 Min Read
Share Facebook Twitter LinkedIn Email WhatsApp Copy Link
Defence Institute of Advanced Technology wins first prize in Smart India Hackathon-2020

ନୂଆଦିଲ୍ଲୀ, ସ୍ମାର୍ଟ ଇଣ୍ଡିଆ ହାକାଥନ (ଏସଆଇଏଚ)-୨୦୨୦ ପ୍ରତିଯୋଗିତାରେ ପ୍ରତିରକ୍ଷା ଅନୁସନ୍ଧାନ ଏବଂ ବିକାଶ ବିଭାଗ, ଡିଆରଡିଓ ଅଧୀନ ସ୍ୱୟଂଶାସିତ ସଂସ୍ଥା, ଡିଫେନ୍ସ ଇନଷ୍ଟିଚ୍ୟୁଟ ଅଫ ଆଡଭାନ୍ସ ଟେକ୍ନୋଲୋଜି (ଡିଆଇଏଟି), ପୁନେ ପ୍ରଥମ ପୁରସ୍କାର ହାସଲ କରିଛି। ଏହାର ଲାଇଭ କାର‌୍ୟ୍ୟକ୍ରମରେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ପ୍ରତିଭାଗୀମାନଙ୍କ ସହ ଆଲୋଚନା କରିଥିଲେ।

କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ଏବଂ ଅଖିଳ ଭାରତୀୟ ପ୍ରଯୁକ୍ତି ବିଦ୍ୟା ପରିଷଦ (ଏଆଇସିଟିଇ) ମିଳିତ ଭାବେ ଏହି ପ୍ରତିଯୋଗିତାର ଆୟୋଜନ କରିଥିଲେ। ଏସଆଇଏଚ-୨୦୨୦ ପ୍ରତିଯୋଗିତା ଲଗାତାର ୩୬ ଘଣ୍ଟାର ଡିଜିଟାଲ ଉତ୍ପାଦ ନିର୍ମାଣ ଉପରେ ଆଧାରିତ ରାଷ୍ଟ୍ରୀୟ ସ୍ତରର ପ୍ରତିଯୋଗିତା ଥିଲା। ଅଗଷ୍ଟ ୧ ତାରିଖରୁ ୩ ଅଗଷ୍ଟ, ୨୦୨୦ ମଧ୍ୟରେ ଉତ୍ତର ପ୍ରଦେଶର ନୋଏଡା ଇନଷ୍ଟିଚ୍ୟୁଟ ଅଫ ଇଂଜିନିୟରିଂ ଆଣ୍ଡ ଟେକ୍ନୋଲୋଜି (ଏନଆଇଇଟି)ରେ ଏହି ପ୍ରତିଯୋଗିତାର ଆୟୋଜନ କରାଯାଇଥିଲା।

ଡା. ସୁନୀତା ଧବଲେଙ୍କ ମାର୍ଗଦର୍ଶନରେ ଡିଆଇଏଟିର ୬ ଜଣ ସଦସୀୟ ଛାତ୍ର ଦଳ ‘ଏଜ ଅଫ ଅଲ୍ଟ୍ରାନ’ ପ୍ରଥମ ପୁରସ୍କାର ଜିତିବାରେ ସଫଳ ହୋଇଥିଲେ । ସପ୍ଟଓୟାର ଶ୍ରେଣୀରେ ମଧ୍ୟ ପ୍ରଦେଶ ସରକାରଙ୍କ ଦ୍ୱାରା ପ୍ରସ୍ତୁତ ଏମଏସ ୩୩୧ର ସମାଧାନ କରିବା ପାଇଁ ୧ ଲକ୍ଷ ଟଙ୍କାର ପ୍ରଥମ ପୁରସ୍କାର ରହିଥିଲା । ଆର୍ଟିଫିସିଆଲ ଇଂଟେଲିଜେନ୍ସର ବ୍ୟବହାର କରି ମୁଖ, ଅଭିବ୍ୟକ୍ତି ଏବଂ ଅଙ୍ଗଭଙ୍ଗୀ ଚିହ୍ନଟ ପାଇଁ ‘ଦୃଷ୍ଟି’ ଶୀର୍ଷକ ସମାଧାନ ଏହି ଦଳ ପ୍ରସ୍ତୁତ କରିଥିଲେ।

ଡିଆଇଏଟି ଦଳ ଲଗାତାର ଦ୍ୱିତୀୟ ଥର ପାଇଁ ପୁରସ୍କାର ଜିତିଥିବାରୁ ପ୍ରତିରକ୍ଷା ଅନୁସନ୍ଧାନ ବିଭାଗ ସଚିବ ଏବଂ ଡିଆରଡିଓର ଅଧ୍ୟକ୍ଷ ଡ. ଜି.ସତୀଶ ରେଡ୍ଡୀ ଶୁଭେଚ୍ଛା ଜଣାଇଥିଲେ ।

Share. Facebook Twitter LinkedIn Email WhatsApp Copy Link

Related Posts

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026
Latest News

ପଞ୍ଚଭୂତରେ ବିଲୀନ ହେଲେ ଅଜିତ ପାୱାର: “ଦାଦା ଅମର ରହେ” ଧ୍ୱନିରେ ପ୍ରକମ୍ପିତ ହେଲା ବିଦ୍ୟା ପ୍ରତିଷ୍ଠାନ

January 29, 2026

Chandigarh Mayor Election: ତ୍ରି-ମୁଖୀ ଲଢେଇରେ ବିଜେପି ବିଜୟୀ

January 29, 2026

ଟି-୨୦ ବିଶ୍ୱକପ୍ ପରେ ପ୍ରଶିକ୍ଷକ ପଦରୁ ହଟିବେ ଗୌତମ ଗମ୍ଭୀର?: ସ୍ପଷ୍ଟ କଲା ବିସିସିଆଇ 

January 29, 2026

ଓଡ଼ିଶାର ହିର୍ଲି ଆବାସିକ ବିଦ୍ୟାଳୟକୁ ଜାତୀୟ ପୁରସ୍କାର: ଦ୍ୱିତୀୟ ସ୍ଥାନ ସହିତ ମିଳିଲା ୭୫ ଲକ୍ଷ

January 29, 2026

ଟି-୨୦ ବିଶ୍ୱକପ୍ ପୂର୍ବରୁ ଆସିଲା ବଡ ଖବର: ମ୍ୟାଚ୍ ଫିକ୍ସିଂ ଅଭିଯୋଗରେ ଏହି ଖଳାଳି ନିଲମ୍ବିତ

January 29, 2026
Load More
The Samikhsya Odia
Facebook X (Twitter) LinkedIn
  • About Us
  • Contact Details
  • Grievance
  • Privacy Policy
  • Terms Of Use

Chief Editor: Sarat Paikray

© 2018-2026 All rights resorved by S M Network | Designed by Ratna Technology.

Type above and press Enter to search. Press Esc to cancel.