ସିଏଜି ଗିରିଶ ଚନ୍ଦ୍ର ମୁର୍ମୁଙ୍କୁ ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

Published: Aug 7, 2020, 9:14 am IST

ଭୁବନେଶ୍ବର,ଭାରତର ସିଏଜି ଭାବେ ଗିରିଶ ଚନ୍ଦ୍ର ମୂର୍ମୁ ନିଯୁକ୍ତି ପାଇଥିବାରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କୁ ସ୍ବାଗତ କରିଛନ୍ତି। ଗତକାଲି ମୁର୍ମୁ ଭାରତ ସମୀକ୍ଷକ ଓ ମହାଲେଖ ପରୀକ୍ଷକ ବା Comptroller and Auditor General of India ଭାବେ ନିଯୁକ୍ତି ପାଇଛନ୍ତି। ମୟୁରଭଂଜ ଜିଲ୍ଲାରେ ଜନ୍ମିତ ମୁର୍ମୁ ନିକଟରେ ଜମ୍ମୁ କାଶ୍ମୀର ଉପରାଜ୍ୟପାଳ ପଦବୀରୁ ଇସ୍ତଫା ଦେଇଥିଲେ। ଗୁରଜୁରାଟ କ୍ୟାଡର ଏହି ଆଇଏଏସ ଅଧିକାରୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ବେଶ୍ ବିଶ୍ବାସ ଯୋଗ୍ୟ। ମୋଦି ଗୁଜୁରାଟର ମୁଖ୍ୟମନ୍ତ୍ରୀ ଥିବା ବେଳେ ସେ ସେଠାରେ ଉଚ୍ଚ ପଦବୀରେ କାର୍ଯ୍ୟ କରି ନିଜର ଦକ୍ଷତା ପ୍ରତିପାଦନ କରାଇଛନ୍ତି।

Related posts