ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ତିନି ମୃତ୍ୟୁ

Published: Aug 7, 2020, 9:16 am IST

ଯାଜପୁର : ଯାଜପୁର ଜିଲ୍ଲାର ଧର୍ମଶାଳା ଥାନା ଅନ୍ତର୍ଗତ ରଥିଆ ଛକ ଠାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ 3ଜଣ ମୃତ୍ୟୁ ହୋଇଥିବା ବେଳେ 2 ଜଣ ଗୁରୁତର ହୋଇଥିବାର ଖବର ମିଳିଛି। ମିଳିଥିବା ସୂଚନା ଅନୁସାରେ ଭୁବନେଶ୍ବରରୁ ଏକ କାର ଯୋଗେ ଗୋଟିଏ ପରିବାର ସଦସ୍ୟମାନେ ପଶ୍ଚିମବଙ୍ଗର ମେଦିନାପୁରକୁ  ଯାଉଥିଲେ। ଏହି କାରଟି ଧର୍ମଶାଳା ଥାନା ରଥିଆ ଛକ ନିକଟରେ ଛିଡ଼ା ହୋଇଥିବା ଏକ  ଟ୍ରକକୁ ପଛରୁ ଶକ୍ତ ଧକ୍କା ଦେଇଥିଲା। ଏହାଫଳରେ ଘଟଣା ସ୍ଥଳରେ ହିଁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ବାଟରେ ଆଉ ଜଣଙ୍କର ଜୀବନ ଯାଇଛି। ଏହି ଘଟଣାରେ ଜଣେ ମହିଳାଙ୍କ ସହ 2 ଗୁରୁତରଙ୍କୁ କଟକ ହସପିଟାଲରେ ଭର୍ତ୍ତି ହୋଇଛନ୍ତି।

Related posts