ଆଜି କଟକରୁ 81 ପଜେଟିଭ୍ ଚିହ୍ନଟ, 38 ଜଣ କଂଣ୍ଟେନମେଣ୍ଟ ଜୋନରୁ ଥିବା ବେଳେ 12 ଜଣ ସ୍ଥାନୀୟ

Published: Aug 7, 2020, 6:14 pm IST

କଟକ, ଆଜି କଟକ ସହରରୁ ଏକାଥରେ 81 ଜଣ କରୋନା ସଂକ୍ରାମିତ ଚିହ୍ନଟ ହୋଇଛନ୍ତି। ସେମାନଙ୍କ ମଧ୍ୟରୁ 38 ଜଣ କଂଣ୍ଟେନମେଣ୍ଟ ଜୋନରୁ, 26 ଜଣ ହୋମ କ୍ବାରଣ୍ଟାଇନରୁ, 12 ଜଣ ଲୋକାଲ କଣ୍ଟାଟ୍ ଏବଂ 5 ଜଣ କୋଭିଡ ସେଣ୍ଟରରୁ ଚିହ୍ନଟ ହୋଇଛନ୍ତି। କଟକ ମହାନଗରର ସୂଚନା ଅନୁସାରେ ଯେଉଁ 38 ଜଣ କଂଣ୍ଟେନମେଣ୍ଟ ଜୋନରୁ ବାହାରିଛନ୍ତି ସେମାନେ ସମସ୍ତେ ମାଲଗୋଦାମ ବେହେରା ସାହିର।

ସେହିପରି ଲୋକାଲ କଣ୍ଟାଟ୍ ମଧ୍ୟରେ ରାଣୀହାଟ,ଗଁଦରପୁର,ଚାନ୍ଦିନୀଚୈକ, ଜୋବ୍ରା,, ଥୋରିଆସାହି ଏବଂ ବାଦମବାଡିରୁ ଜଣେ ଲେଖାଏଁ ଚିହ୍ନଟ ହୋଇଛନ୍ତି। କେବଳ ଚାଉଁଳିଆଗଂଜ ରୁ 3 ଜଣ ଏବଂ ବକ୍ସି ବଜାରରୁ 2 ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରେ ଦୁଇ ଜଣ ମହିଳା କୋଭିଡ ଯୋଦ୍ଧା ଅଛନ୍ତି। ଜଣଙ୍କର ବୟସ 39 ହୋଇଥିବା ବେଳେ ଆଉ ଜଣଙ୍କର ବୟସ ମାତ୍ର 26 ବର୍ଷ।

ଏହାକୁ ମିଶାଇ ବର୍ତ୍ତମାନ କଟକରେ ଆକ୍ରାନ୍ତଙ୍କ ସଂଖ୍ୟା 1470 ରେ ପହଁଚିଛି। ସେମାନଙ୍କ ମଧ୍ୟରୁ 693 ସୁସ୍ଥ ହୋଇଥିବା ବେଳେ 10 ଜଣଙ୍କର ମୃତ୍ୟୁ ହୋଇଛି। ବର୍ତ୍ତମାନ 767 ଜଣ ସକ୍ରିୟ ରୋଗୀ ଅଛନ୍ତି।

Related posts