ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୮୧୦ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି ୨୮୬୯୭ରେ ପହଞ୍ଚିଛି। ଆଜି ଗଞ୍ଜାମରୁ ସର୍ବାଧିକ ୭୦୦ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ଏହା ଗଞ୍ଜାମ ଜିଲା ପାଇଁ ଏକ ରେକର୍ଡ। ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ ଖୁର୍ଦ୍ଧାରୁ ୨୦୨, ରାୟଗଡାରୁ ୫୫, ସୁନ୍ଦରଗଡରୁ ୧୦୬, ଯାଜପୁରରୁ ୨୦, କୋରାପୁଟରୁ ୨୨, କଟକରୁ ୧୪୭, ପୁରୀରୁ ୬, କେନ୍ଦୁଝରରୁ ୩୭, ବାଲେଶ୍ବରରୁ ୧୭, କଳାହାଣ୍ଡିରୁ ୨୪, ମୟୂରଭଞ୍ଜରୁ ୧୫, ସମ୍ବଲପୁରରୁ ୬୨,ବଲାଙ୍ଗୀରରୁ ୧୫, ଭଦ୍ରଖରୁ ୧୩, କନ୍ଧମାଳରୁ ୧୪, ଜଗତସିଂପୁରରୁ ୮, କେନ୍ଦ୍ରାପଡାରୁ ୧୪, ମାଲକାନଗିରିରୁ ୩, ନୂଆପଡାରୁ ୮, ବରଗଡରୁ ୧୯, ଢେଙ୍କାନାଳରୁ ୧୧୬ ଓ ଅନୁଗୁଳ ୩୪, ସୋନପୁରରୁ ୪, ଗଜପତିରୁ ୧୩୬, ଝାରସୁଗୁଡାରୁ ୮, ବୌଦ୍ଧ ରୁ ୫ ଓ ଦେବଗଡ ଓ ନବରଙ୍ଗପୁର ଜିଲାରୁ ୧୧ ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି। (ସମୀକ୍ଷା ବ୍ଯୁରୋ)