କୋଝିକୋଡ ବିମାନ ଦୁର୍ଘଟଣା : ଜଣେ ମୃତକ କରୋନା ପଜିଟିଭ୍ ଚିହ୍ନଟ, ସମସ୍ତ ଉଦ୍ଧାରକାରୀଙ୍କ ହେବ କରୋନା ଟେଷ୍ଟ

Published: Aug 8, 2020, 2:35 pm IST

କୋଝିକୋଡ : କୋଝିକୋଡରେ ଗତକାଲି ଘଟିଥିବା ବିମାନ ଦୁର୍ଘଟଣାରେ ମୃତ୍ୟୁ ସଂଖ୍ୟା 18କୁ ବୃଦ୍ଧି ପାଇଛି । ଦୁଇ ପାଇଲଟଙ୍କ ସମେତ 18 ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ 127 ଜଣ ଆହତ ହୋଇଛନ୍ତି । ତେବେ ଏହି ଦୁର୍ଘଟଣାର ମୃ୍ତ୍ୟୁବରଣ କରିଥିବା ଯାତ୍ରୀଙ୍କ ମଧ୍ୟରୁ ଜଣଙ୍କଠାରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଦେଇଛନ୍ତି କେରଳର ମନ୍ତ୍ରୀ କେଟି ଜଲିଲ୍‌ ସୂଚନା ଦେଇଛନ୍ତି । ଏବେ ସମସ୍ତ ମୃତକଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏବେ ସମସ୍ତ ଉଦ୍ଧାର କାରୀଙ୍କର କରୋନା ଟେଷ୍ଟ କରାଯିବ ବୋଲି ସୂଚନା ରହିଛି । ଏହି ଦୁର୍ଘଟଣାରୁ 170 ଜଣଙ୍କୁ ଉଦ୍ଧାର କରାଯାଇଛି । ଏହି ବିମାନରେ ମୋଟ୍‌ 190 ଜଣ ରହିଥିଲେ । ମୋଟ୍‌ 190 ଜଣଙ୍କ ମଧ୍ୟରୁ 174 ଜଣ ବୟସ୍କ ଯାତ୍ରୀ ଥିବାବେଳେ 10 ଜଣ ଶିଶୁ ରହିଥିଲେ, 04 ଜଣ କ୍ରୁ ମେମ୍ବର ଥିବାବେଳେ 2 ଜଣ ପାଇଲଟ୍‌ ରହିଥିଲେ । ଉଲ୍ଲେଖଯୋଗ୍ୟ ଯେ, ବିମାନଟିକୁ ଲ୍ୟାଣ୍ଡିଂ କରାଇବା ପୂର୍ବରୁ ପ୍ରତିକୂଳ ପାଗ ଯୋଗୁଁ ଦୁଇ ଥର ପାଇଲଟ୍ ଅଟକିଥିଲେ । ଏହାପରେ ରନୱେ 28 ବଦଳରେ ରନୱେ 10ରୁ ଲ୍ୟାଣ୍ଡିଂ କରିବା ସମୟରେ ବିମାନଟି ଖସିଯିବା ଫଳରେ ଏହି ଦୁର୍ଘଟଣା ଘଟିଥିଲା ।

Related posts