ଇନ୍‌ଷ୍ଟାଗ୍ରାମ୍‌ରୁ ପରିଚୟ ପରେ ପ୍ରେମ, ଶେଷରେ ମିଳିଲା ଧୋକ୍କା

Published: Aug 8, 2020, 4:53 pm IST

ସୁରତ : ସୋସିଆଲ ମିଡିଆ ସାଇଟ୍ ଇନଷ୍ଟାଗ୍ରାମରେ ବନ୍ଧୁତ୍ୱ ପରେ ପ୍ରେମ ସମ୍ପର୍କ । ପରେ ବିହାର ପାଇଁ ପ୍ରତିଶ୍ରୁତି ଦେଇଥିବାବେଳେ ଜଣେ ଯୁବତୀଙ୍କୁ ଦୁଷ୍କର୍ମ କରାଯାଇଥିବା ନେଇ ଥାନାରେ ଅଭିଯୋଗ କରାଯାଇଛି । ଏପରି ଏକ ଘଟଣା ସୁରତ ଜିଲ୍ଲାର ଭୈରଭ ଗ୍ରାମରେ ଘଟିଥିବାର ସୂଚନା ରହିଛି । ଏହି ଗ୍ରାମର ଜଣେ ଯୁବତୀଙ୍କର ଇନ୍‌ଷ୍ଟାଗ୍ରାମରେ ପାଖ ଅଞ୍ଚଳର ଜଣେ ଇକ୍ରାମ୍‌ ଫାନ୍ସି ନାମକ ଜଣେ ଯୁବକଙ୍କ ସହ ପରିଚୟ ହୋଇଥିଲା । ଏହାପରେ ଦୁହିଁଙ୍କ ମଧ୍ୟରେ ବନ୍ଧୁତା ପରେ ଏହା ପ୍ରେମର ରୂପ ନେଇଥିଲା। ଏପରିକି ଦୁହେଁ ନିର୍ବନ୍ଧ ମଧ୍ୟ କରିଥିଲେ ।  ପରିବାରର ସମ୍ମତି କ୍ରମେ ଯୁବତୀ ଜଣକ ଯୁବକଙ୍କ ସହ ମିଳାମିଶା କରୁଥିଲେ । ଏପରିକି ବହୁବାର ଯୁବକ ଜଣକ ଯୁବତୀଙ୍କୁ ନିୟମିତ ଭାବରେ ହୋଟେଲ୍‌ ନେଇଥା’ନ୍ତି।

How Does an Aries Man Handle a Breakup? | LoveToKnow

ଦୁହିଁଙ୍କ ମଧ୍ୟରେ ସମ୍ପର୍କ ବେଶ୍‌ ନିକଟତର ଥିବାବେଳେ ଯୁବତୀ ଜଣକ ଯୁବକଙ୍କୁ ବିବାହ କରିବା ପାଇଁ କହୁଥିଲେ । କିନ୍ତୁ ଯୁବକ ଜଣକ ବିବାହକୁ ୟାଡୁ ସ୍ୟାଡୁ କହି ଏଡାଇ ଚାଲିଥିଲେ । ଏହାପରେ ପୁଅ ଘରଙ୍କ ପକ୍ଷରୁ ବାହାଘର ଭାଙ୍ଗିବାକୁ ଚେଷ୍ଟା କରାଯାଇଥିଲା । ଏଥିରେ ମିୟମ୍ରାଣ ହୋଇ ଯୁବତୀ ଜଣଙ୍କ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଯୁବତୀଙ୍କ ଆତ୍ମହତ୍ୟା ଉଦ୍ୟମ ପରେ ଯୁବତୀଙ୍କ ପରିବାର ପକ୍ଷରୁ ଥାନାରେ ମାମଲା ରୁଜୁ କରାଯାଇଥିଲା । ନିର୍ବନ୍ଧ ପରେ ବିବାହ ନ କରିବାର ବାହାନା ଦେଖାଇ ଯୁବକ ଜଣକ ଯୁବତୀଙ୍କ ଠକି ଚାଲିଥିବାବେଳେ ଯୁବତୀ ଜଣକ ଆତ୍ମହତ୍ୟା ଉଦ୍ୟମ କରିଥିଲେ । (ଏଜେନ୍ସି)

Related posts