ଜଗତସିଂହପୁର ସଦର ମହକୁମାକୁ ରେଳପଥ ସଂଯୋଗ ଦାବୀରେ କେନ୍ଦ୍ରମନ୍ତ୍ରୀଙ୍କୁ ଦାବୀପତ୍ର

Published: Aug 8, 2020, 5:24 pm IST

ରମେଶ ମହାନ୍ତି

ଜଗତସିଂହପୁର :ଜଗତସିଂହପୁର ଜିଲ୍ଲା ସଦର ମହକୁମାକୁ ରେଳପଥ ସଂଯୋଗ କରାଯିବା ନିମନ୍ତେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉଦ୍ଦେଶ୍ୟରେ ଏକ ଦାବିପତ୍ର ଜଗତସିଂହପୁର ବିଜେପି ଜିଲ୍ଲା ସଭାପତି ସତ୍ୟବ୍ରତ ମହାପାତ୍ରଙ୍କ ଜରିଆରେ ଆଜି ପ୍ରଦାନ କରାଯାଇଛି। କଟକ -ପାରାଦ୍ବୀପ ରେଳପଥର ଛପଡା ଷ୍ଟେସନରୁ ଜଗତସିଂହପୁର ସର୍କିଟ ହାଉସ୍,କାଳିଆବରା,ଆଳିପିଙ୍ଗଳ, ସିଠାଳୋ ଦେଇ ବାରଙ୍ଗ ଅସ୍ତରଙ୍ଗ ରେଳପଥର ନିଆଳି ରୋଡ୍ ଷ୍ଟେସନ(ବାହାରଣା)କୁ ଏହି ରେଳପଥ ସଂଯୋଗ କରାଯିବା ନିମନ୍ତେ ଦାବୀ ହୋଇଛି।

ଏନେଇ ପୂର୍ବରୁ ୧୧.୦୪.୨୦୧୮ ରିଖରେ ଜିଲ୍ଲାପାଳ ଜଗତସିଂହପୁରଙ୍କ ଜରିଆରେ ୧୭.୦୪.୨୦୧୮ ରିଖରେ କେନ୍ଦ୍ରାଞ୍ଚଳ ରାଜସ୍ବ କମିଶନରଙ୍କ ଜରିଆରେ, ୨୬.୦୪.୨୦୧୮ରିଖରେ ମୁଖ୍ୟ ଶାସନ ସଚିବ ଓଡିଶାଙ୍କ ଜରିଆରେ କରାଯାଇଥିବା ଗଣ ନିବେଦନ ଏବଂ ୧୬.୦୫.୨୦୧୮ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ଦାବୀପତ୍ର,୨୩.୦୭.୨୦୧୮ରିଖରେ ରାଜ୍ୟପାଳ ଓଡିଶାଙ୍କ ଜରିଆରେ ରାଷ୍ଟ୍ରପତିଙ୍କ ନିକଟକୁ ଦାବୀପତ୍ର,୧୨.୧୦.୨୦୧୮ ରିଖରେ ମୁଖ୍ୟମନ୍ତ୍ରୀଙ୍କ ଜରିଆରେ ପ୍ରଧାନମନ୍ତ୍ରୀଙ୍କୁ ନିବେଦନ ଓ ୧୮.୦୧.୨୦୨୦ ରିଖରେ ପ୍ରଧାନମନ୍ତ୍ରୀଙ୍କୁ ଲିଖିତ ଗଣ ନିବେଦନ କରାଯାଇଥିଲା। ଏହି ଅବସରରେ ଅଭିଯାନର କର୍ମକର୍ତ୍ତା ଅରୁଣ ଆଚାର୍ଯ୍ୟ, ଗବେଷକ ଧୃତିଧର ଦାସ, ସଂଯୋଜକ ସରୋଜ ନାୟକ, ସାମ୍ବାଦିକ ବେଣୁଧର ନାୟକ, କୈଳାସ ସାହୁ, ସୁବାସ ସ୍ୱାଇଁ,ଅଜୟ ଜେନା, ଜ୍ୟୋତି ରଞ୍ଜନ ପରିଡ଼ା, ମନୋଜ ଦାସ, ବିଜେପି ମୁଖପାତ୍ର ଗଣେଶ୍ଵର ମହାନ୍ତି, ତପନ ସ୍ୱାଇଁ ଓ ପ୍ରଶାନ୍ତ ସ୍ୱାଇଁ ପ୍ରମୁଖ ଯୋଗଦେଇଥିଲେ।

Related posts