ସାଂସଦ ସୁରେଶ ପୂଜାରୀ କରୋନା ପଜେଟିଭ ଚିହ୍ନଟ, ଆଜିଠାରୁ ହୋମ ଆଇସୋଲେସନରେ ରହିଲେ

Published: Aug 8, 2020, 5:20 pm IST

ବରଗଡ, ବିଜେପି ସାଂସଦ ସୁରେଶ ପୂଜାରୀ କରୋନା ପଜେଟିଭ ଚିହ୍ନଟ ହୋଇଛନ୍ତି। ଗତକାଲି ସେ ତାଙ୍କର ସ୍ବାବ ପରୀକ୍ଷା ପାଇଁ ଦେଇଥିଲେ। ତାଙ୍କ ପାଖରେ କୌଣସି ଲକ୍ଷଣ ନ ଥିଲେ ମଧ୍ୟ ସମସ୍ତେ ପରୀକ୍ଷା କରୁଥିବାରୁ ସେ ମଧ୍ୟ କରିଥିଲେ। ଆଜି ରିପୋର୍ଟ ଆସିବା ପରେ ସେ କରୋନା ପଜେଟିଭ ଅଛନ୍ତି ବୋଲି ଜିଲ୍ଲାପାଳ ଫୋନ କରି ଜଣାଇଲେ। ଏପରି ପରିସ୍ଥିତିରେ ସେ ହୋମ ଆଇସୋଲେସନରେ ରହିବା ପାଇଁ ଜିଲ୍ଲା ପ୍ରଶାସନ ଉପଦେଶ ଦେଇଛନ୍ତି। ସେହି ଅନୁସାରେ ସେ ଆଜିଠାରୁ ହୋମ୍ ଆଇସୋଲେସନରେ ରହିବା ଆରମ୍ଭ କରିଛନ୍ତି।

 

Related posts