ଆଜି ଗଞ୍ଜାମରୁ ୫୬୦ ଓ ସାରା ରାଜ୍ୟରୁ ୧୫୪୪ କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଫେରିଲେ

Published: Aug 8, 2020, 9:48 pm IST

ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗର ସୂଚନା ଅନୁଯାୟୀ ଆଜି ରାଜ୍ୟର ୧୫୪୪ ଜଣ କରୋନା ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି। ରାଜ୍ୟରେ କାରୋନାରୁ  ଆରୋଗ୍ଯ ଲାଭ କରିଥିବା ଲୋକଙ୍କ ସଂଖ୍ୟା ଆଜି  ୩୦,୨୪୧ରେ ପହଞ୍ଚିଛି।   ଆଜି ଗଞ୍ଜାମରୁ ସର୍ବାଧିକ ୫୬୦ ଜଣ ଆକ୍ରାନ୍ତ ଆରୋଗ୍ଯ ଲାଭ କରିଛନ୍ତି।  ଅନ୍ୟ ଜିଲ୍ଲା ଗୁଡିକ ମଧ୍ୟରେ  ଖୁର୍ଦ୍ଧାରୁ ୨୦୩, ରାୟଗଡାରୁ ୩୬, ସୁନ୍ଦରଗଡରୁ ୫୯, ଯାଜପୁରରୁ ୩୪, କୋରାପୁଟରୁ ୧୪୩, ନୟାଗଡରୁ ୬୨ କଟକରୁ ୩୭, ପୁରୀରୁ ୩୨, କେନ୍ଦୁଝରରୁ ୧୭, ବାଲେଶ୍ବରରୁ ୩୩, କଳାହାଣ୍ଡିରୁ ୩୬, ମୟୂରଭଞ୍ଜରୁ ୧୨, ସମ୍ବଲପୁରରୁ ୩୧,ବଲାଙ୍ଗୀରରୁ ୧୬, ଭଦ୍ରଖରୁ ୮, କନ୍ଧମାଳରୁ ୪୧, ଜଗତସିଂପୁରରୁ ୮, କେନ୍ଦ୍ରାପଡାରୁ ୨୧, ମାଲକାନଗିରିରୁ ୨୪, ନୂଆପଡାରୁ ୬, ବରଗଡରୁ ୧୬, ଢେଙ୍କାନାଳରୁ ୧୩, ଅନୁଗୁଳ ୬, ସୋନପୁରରୁ ୮, ଗଜପତିରୁ ୭୫, ଝାରସୁଗୁଡାରୁ ୩,   ନବରଙ୍ଗପୁର ଜିଲାରୁ ୪ ଜଣ  କରୋନା ଆକ୍ରାନ୍ତ ସୁସ୍ଥ ହୋଇ ଘରକୁ ଫେରିଛନ୍ତି।  (ସମୀକ୍ଷା ବ୍ଯୁରୋ)

Related posts