କୋଭିଡ୍ କେୟାର ‌ସେଣ୍ଟରରେ ନିଆଁ : 7 ମୃତ

Published: Aug 9, 2020, 9:16 am IST

ଆନ୍ଧ୍ରପ୍ରଦେଶ : ଆନ୍ଧ୍ରପ୍ରଦେଶର ବିଜୟଓ୍ବାଡା ସ୍ଥିତ ଏକ ହୋଟେଲ୍‌ ନିଆଁ ଲାଗିଛି । ଏହି ହୋଟେଲ୍‌କୁ କୋଭିଡ୍‌ କେୟାର ସେଣ୍ଟର ରୂପେ ପରିବର୍ତ୍ତନ କରାଯାଇଥିଲା । ଏହି ଅଗ୍ନିକାଣ୍ଡରେ 7ଜଣଙ୍କର ମୃତ୍ୟୁ ଘଟିଥିବାର ସୂଚନା ରହିଛି । ଏହି ଅଗ୍ନିକାଣ୍ଡରୁ 30 ଜଣଙ୍କୁ ସୁରକ୍ଷିତ ଭାବେ ଉଦ୍ଧାର କରାଯାଇଛି । ହୋଟେଲ୍‌ରେ 40 ଜଣ ଲୋକେ ରହିଥିବାର ସୂଚନା ରହିଛି । ଏଥିରେ 30 ଜଣ କରୋନା ଆକ୍ରାନ୍ତ ଥିବାବେଳେ ଆଉ 10 ଜଣ ହସ୍ପିଟାଲର ଷ୍ଟାଫ୍‌ ରହିଥିଲେ । ତେବେ ଘଟଣାସ୍ଥଳରେ ଅଗ୍ନିଶମ ବାହିନୀ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲେ । ପୂରା ବିଲିଡିଂକୁ ଖାଲି କରିବା ସହିତ ଆକ୍ରାନ୍ତମାନଙ୍କୁ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ତେବେ ଏହି ଘଟଣା ସକାଳ 5ଟା ସମୟରେ ହୋଇଥିବାର ସୂଚନା ରହିଛି । ପ୍ରାରମ୍ଭିକ ଯାଞ୍ଚରୁ ଏହା ଶର୍ଟ ସର୍କିଟ୍‌ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବାର ସୂଚନା ରହିଥିବାବେଳେ ଏହାର ଉଚ୍ଚସ୍ତରୀୟ ତଦନ୍ତ ଜାରି ରହିଛି । ମୁଖ୍ୟମନ୍ତ୍ରୀ ଜଗନମୋହନ ରେଡ୍ଡୀ ଏହି ଘଟଣାର ଦୁଃଖ ପ୍ରକାଶ କରିବା ସହିତ ଏହି ଘଟଣାର ଯାଞ୍ଚର ଆଦେଶ ଦେଇଛନ୍ତି ।

ସୂଚନାଯୋଗ୍ୟ,ଗତ ଗୁରୁବାର ଦିନ  ଅହମ୍ମଦାବାଦସ୍ଥିତ ଶ୍ରେୟ କୋଭିଡ୍‌ ହସ୍ପିଟାଲରେ ଅଗ୍ନିକାଣ୍ଡ ଘଟିଥିଲା । ଏହି ଅଗ୍ନିକାଣ୍ଡରେ 8ଜଣଙ୍କ ମୃତ୍ୟୁ ହୋଇଥିଲା । (ଏଜେନ୍ସି)

Related posts