
ରମେଶ ମହାନ୍ତି
ଜଗତସିଂହପୁର: ଜଗତସିଂହପୁର ଜିଲ୍ଲା ବାଲିକୁଦା ଥାନା ଅନ୍ତର୍ଗତ ଚଅଁରପୁର ଗ୍ରାମରୁ ଗତକାଲି ରାତିରେ ଏକ ନବଜାତ ଶିଶୁ ଉଦ୍ଧାର କରାଯାଇଛି। ଆମ୍ବ ତୋଟାରୁ ମିଳିଲା ୨ଦିନର ଶିଶୁପୁତ୍ର ମିଳିଥିଲା ବୋଲି ସୂଚନାରହିଛି।
ଜିଲ୍ଲା ଚାଇଲ୍ଡଲାଇନ ସଂଯୋଜକ ନରେଶ ଗୋଚ୍ଛାୟତଙ୍କ ସୂଚନାନୁଯାୟୀ ବାଲିକୁଦା ଚଅଁରପୁର ଗ୍ରାମର ମାନସ ମହାପାତ୍ରଙ୍କ ଘରେ ଏକ ନବଜାତକ ଶିଶୁ ଥିବା ଖବର ପାଇ ଜିଲ୍ଲା ଚାଇଲ୍ଡଲାଇନର ସଦସ୍ୟ ଶୁଭଜିତ୍ ମହାନ୍ତି ଓ ପଦ୍ମିନୀ ସାହୁ ବାଲିକୁଦା ପୋଲିସ୍ ସହଯୋଗରେ ଶନିବାର ସନ୍ଧ୍ୟା ପ୍ରାୟ ୭ଟା ବେଳେ ମାନସଙ୍କ ଘରୁ ୨ଦିନର ଏକ ନବଜାତକ ଶିଶୁକୁ ଉଦ୍ଧାର କରି ଚିକିତ୍ସା ନିମନ୍ତେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ଆଣିଥିଲେ। ଉକ୍ତ ଶିଶୁକୁ ଶିଶୁମଙ୍ଗଳ କମିଟିକୁ ହସ୍ତାନ୍ତର କରାଯିବ ବୋଲି ସୂଚନା ମିଳିଛି।
ତେବେ ଉକ୍ତ ୨ଦିନର ଶିଶୁ ପୁତ୍ରକୁୁ ମାନସ ମହାପାତ୍ର ଜଗତସିଂହପୁର ଥାନା ଅଧିନ ଆଳିପିଙ୍ଗଳ ଆମ୍ବତୋଟାରୁ ପାଇଥିବା ଚାଇଲ୍ଡଲାଇନର କର୍ମକର୍ତ୍ତାମାନେ ସୂଚନା ଦେଇଛନ୍ତି। ଅନ୍ୟପକ୍ଷରେ ଉକ୍ତ ଦୁଇଦିନର ଶିଶୁ କିଣାବିକା ହୋଇଥିବା ସାଧାରଣରେ ଚର୍ଚ୍ଚା ହେଉଛି। ଏହାର ଉଚ୍ଚ ସ୍ତରୀୟ ତଦନ୍ତ କରାଯିବାକୁ ସାଧାରଣରେ ଦାବୀ ହେଉଛି।