ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ : ରାଜନାଥ ସିଂହ

Published: Aug 9, 2020, 10:44 am IST

ନୂଆଦିଲ୍ଲୀ : ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଗୁରୁତ୍ବପୂର୍ଣ୍ଣ ଘୋଷଣା କରିଛନ୍ତି । ପ୍ରତିରକ୍ଷା କ୍ଷେତ୍ରରେ ଆତ୍ମନିର୍ଭର ହେବ ଭାରତ ବୋଲି ସେ ସୂଚନା ଦେଇଛନ୍ତି ।   101 ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍‌ ଲଗାଯାଇଥିବାର କହିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରର 101ଟି ଉପକରଣ ଭାରତରେ ନିର୍ମାଣ ହେବ । ଏସବୁ ଉପକରଣ ଆଉ ବାହାର ଦେଶରୁ ଆମଦାନୀ ହେବନି ବୋଲି କହିଛନ୍ତି ରାଜନାଥ।  ଏଣିକି ସ୍ବଦେଶ ଜ୍ଞାନକୌଶଳରେ ଅଧିକରୁ ଅଧିକ ଉପକରଣ ତିଆରି ହେବ ବୋଲି ସୂଚନା ଦେଇଛନ୍ତି ପ୍ରତିରକ୍ଷା ମନ୍ତ୍ରୀ । ପ୍ରତିରକ୍ଷା କ୍ଷେତ୍ରରେ ଉତ୍ପାଦନ ବୃଦ୍ଧି କରିବାକୁ ଲକ୍ଷ୍ୟ ରଖାଯାଇଛି । ଆର୍ଟିଲେରି ଗନ୍‌, ଟ୍ରାନ୍ସପୋର୍ଟ ଏୟାରକାଫ୍ଟ ଆମଦାନୀରେ ବ୍ୟାନ୍‌ ଲଗାଯାଇଥିବାବେଳେ ଆସନ୍ତା 6ରୁ 7 ବର୍ଷ ମଧ୍ୟରେ 6 ଲକ୍ଷ କୋଟିର ଏମ୍‌ଓୟୁ ହେବ ବୋଲି ସୂଚନା ରହିଛି । ବ୍ୟାନ୍‌ କରାଯାଇଥିବା ପ୍ରତିରକ୍ଷା ଉପକରଣରେ ଆର୍ମଡ୍‌ ଫାଇଟିଂ ଭେହିକିଲ୍ସ୍‌ ମଧ୍ୟ ସାମିଲ୍‌ ରହିଛି ।

ସମସ୍ତ ଷ୍ଟେକ୍‌ହୋଲ୍ଡର୍ସଙ୍କ ସହ ବିଚାର ବିମର୍ଶ ପରେ ପ୍ରତିରକ୍ଷା ଉପକରଣ ଆମଦାନୀ ଉପରେ ବ୍ୟାନ୍‌ ଲଗାଯାଇଛି । ଏହି ନିଷ୍ପତ୍ତି 2024 ପର୍ଯ୍ୟନ୍ତ ଲାଗୁ ହେବ ବୋଲି ସୂଚନା ରହିଛି । ତେବେ ଚଳିତ ଥର ଚଳିତ ଆର୍ଥିକବର୍ଷ ପାଇଁ 52 ହଜାର କୋଟିର ସ୍ବତନ୍ତ୍ର ବଜେଟ୍‌ ହୋଇଛି ।   (ଏଜେନ୍ସି)

Related posts