ଆଜି 29ଟି ଜିଲ୍ଲାରୁ 1734 ଚିହ୍ନଟ: ଜାଣନ୍ତୁ କେଉଁ ଜିଲ୍ଲାରେ କେତେ ରହିଛନ୍ତି ଆକ୍ରାନ୍ତ

Published: Aug 9, 2020, 11:02 am IST

ଭୁବନେଶ୍ବର: ଆଜି ରାଜ୍ୟରୁ ମୋଟ୍‌ 1734ଜଣ ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ମୋଟ୍‌ 29ଟି ଜିଲ୍ଲାରୁ ଆଜି 1734ଜଣ କରୋନା ଆକ୍ରାନ୍ତଚିହ୍ନଟ ହୋଇଛନ୍ତି। ଆଜି ଗଞ୍ଜାମକୁ ଟପି ଖୋର୍ଦ୍ଧାରୁ ସର୍ବାଧିକ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ଖୋର୍ଦ୍ଧାରୁ ସର୍ବାଧିକ 342 ଜଣ ଚିହ୍ନଟ ହୋଇଥିବାବେଳେ ଗଞ୍ଜାମରୁ 222, କଟକରୁ 177, ସୁନ୍ଦରଗଡରୁ 126, ନୟାଗଡରୁ 106, ଗଜପତିରୁ85, ବାଲେଶ୍ବରରୁ 73, କେରାପୁଟରୁ 60, କନ୍ଧମାଳରୁ 59, ଭଦ୍ରକରୁ 58, ପୁରୀରୁ 55, ମାଲକାନଗିରିରୁ 52, ବରଗଡରୁ 51,  ଯାଜପୁରରୁ 38, ମୟୂରଭଞ୍ଜରୁ 35, ଢେଙ୍କାନାଳରୁ 29, କେଉଁଝରରୁ 27,  କଳାହାଣ୍ଡିରୁ 24, ନୂଆପଡାରୁ 22, ରାୟଗଡାରୁ 18,  ସମ୍ବଲପୁରରୁ 14, ସୋନପୁର ଓ ନବରଙ୍ଗପୁରରୁ 13ଜଣ ଲେଖାଏଁ ଥିବାବେଳେ, ଜଗତସିଂହପୁରରୁ 12, ବଲାଙ୍ଗିର ଓ ଝାରସୁଗୁଡାରୁ 6 ଜଣ ଲେଖାଏଁ ରହିଥିବାବେଳେ ଦେବଗଡରୁ 5, ଅନୁଗୁଳରୁ 4, କେନ୍ଦ୍ରାପଡାରୁ 2 ଜଣ ରହିଛନ୍ତି।

Related posts