ଏଥର କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ସନ୍ଦେହ, ହେଲେ ମାଟି ଉଠାଣ ପାଇଁ ଦିଆଗଲା ଅନୁମତି

Published: Aug 9, 2020, 1:56 pm IST

କଟକ, ଚଳିତ ବର୍ଷ କଟକରେ ପ୍ରସିଦ୍ଧ ଦୁର୍ଗା ପୂଜା ହେବ କି ନାହିଁ ତାହା ସନ୍ଦେହ ଘେରରେ ରହିଛି। କାରଣ କଟକରେ ବର୍ତ୍ତମାନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି। ଏପରି କ୍ଷେତ୍ରରେ ଦୁର୍ଗା ପୂଜା କରିବା ସମ୍ଭବ ନୁହେଁ ବୋଲି ପ୍ରଶାସନ ଅନୁଭବ କରିସାରେଣି। ହେଲେ ସେତେବେଳେ ପରିସ୍ଥିତି ଯଦି ସୁଧାର ଆସିବ ତେବେ ଏହି ପୂଜା କରାଯାଇପାରିବ। ସେଥିପାଇଁ ଆସନ୍ତ 11 ତାରିଖରେ ମାଟି ଉଠାଣ କରିବା ପାଇଁ କଟକ ପ୍ରଶାସନ ଅନୁମତି ପ୍ରଦାନ କରିଛନ୍ତି। ତେବେ ସର୍ତ୍ତ ରହିଛି ଯେ, ଗୋଟିଏ ଅଟୋରେ ମାତ୍ର 4 ଜଣଙ୍କୁ ନେଇ ଏହି ମାଟି ଉଠାଣ କାର୍ଯ୍ୟ ହେବ।

ଆସନ୍ତା 11 ତାରିଖରେ ପଡୁଛି ପବିତ୍ର ଜନ୍ମାଷ୍ଠମୀ। ଏହିଦିନ ସାଧାରଣତଃ ମା ଦୁର୍ଗା ପୂଜା ପାଇଁ ମାଟି ଉଠାଣ କାର୍ଯ୍ୟ କରାଯାଇଥାଏ। ଦିନ ପାଖେଇ ଆସିଥିବାରୁ ବର୍ତ୍ତମାନ ମାଟି ଉଠାଣ ପର୍ବ କରିବା ପାଇଁ ଅନୁମତି ଦିଆଯାଇଛି। ଚଳିତ ବର୍ଷ ଦୁର୍ଗା ପୂଜା ଅକ୍ଟୋବର 22 ତାରିଖରୁ ଆରମ୍ଭ ହୋଇ 26 ତାରିଖ ପର୍ଯ୍ୟନ୍ତ ଚାଲିବ।

Related posts