ଜମ୍ମୁ କାଶ୍ମୀରରେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କୀ ଆକ୍ରମଣ

Published: Aug 9, 2020, 2:02 pm IST

ଜମ୍ମୁକାଶ୍ମୀର :  ଜମ୍ମୁ-କାଶ୍ମୀରରେ ପୁଣି ଜଣେ ବିଜେପି କାର୍ଯ୍ୟକର୍ତ୍ତାଙ୍କ ଉପରେ ଆତଙ୍କବାଦୀମାନେ ଆକ୍ରମଣ କରିଛନ୍ତି। ଆତଙ୍କବାଦୀଙ୍କ ଗୁଳିରେ ସମ୍ପୃକ୍ତ କାର୍ଯ୍ୟକର୍ତ୍ତା ଗୁରୁତର ଆହତ ହୋଇଛନ୍ତି। ବିଜେପି କାର୍ଯ୍ୟକର୍ତ୍ତାଙ୍କ ପେଟରେ ଗୁଳି ବାଜିଥିବାର ସୂଚନା ରହିଛି । ସୂଚନା ଅନୁସାରେ, ରବିବାର ସକାଳେ କେନ୍ଦ୍ରୀୟ କାଶ୍ମୀରର ବଡ଼ଗାମ ଜିଲାରେ ଆତଙ୍କବାଦୀମାନେ ବିଜେପି କାର୍ଯ୍ୟକର୍ତ୍ତା ଅବଦୁଲ ହମିଦ ନଜରଙ୍କ ଉପରେ ଆକ୍ରମଣ କରିଥିଲେ। ହମିଦ ସ୍ଥାନୀୟ ରେଳ ଷ୍ଟେଶନ ନିକଟରେ ପ୍ରାତଃ ଭ୍ରମଣରେ ଯାଉଥିବା ସମୟରେ ଆତଙ୍କବାଦୀମାନେ ତାଙ୍କ ଉପରକୁ ଗୁଳି ଚଳାଇବାରୁ ସେ ସେହିଠାରେ ପଡ଼ିଯାଇଥିଲେ। ତାଙ୍କ ପେଟରେ ଗୁଳି ବାଜିଛି। ଗୁରୁତର ଅବସ୍ଥାରେ ତାଙ୍କୁ ଏସଏମଏଚଏସ୍‌ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ଗତ 5 ଦିନ ଭିତରେ ଏହା ହେଉଛି ତୃତୀୟ ଆକ୍ରମଣ । ପୂର୍ବରୁ ଆତଙ୍କବାଦୀମା​‌ନେ ଜଣେ ବିଜେପି ସରପଞ୍ଚଙ୍କୁ ଗୁଳି କରି ହତ୍ୟା କରିଥିଲେ। ଗତ କିଛି ଦିନ ହେବ ଜମ୍ମୁକାଶ୍ମୀରର ବିଭିନ୍ନ ପ୍ରାନ୍ତରେ ବିଜେପି ନେତାମାନଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ହେଉଥିବାର ସୂଚନା ରହିଛି । (ଏଜେନ୍ସି)

Related posts