
ଭୁବନେଶ୍ବର : ଅଯୋଗ୍ୟ ହିତାଧିକାରୀଙ୍କଠାରୁ କାଳିଆ ଟଙ୍କା ଫେରସ୍ତ ନିର୍ଦ୍ଦେଶକୁ ସ୍ଥଗିତ ରଖିଛନ୍ତି ସରକାର । ରାଜ୍ୟରେ କୋଭିଡ୍ ସ୍ଥିତି ଓ ଖରିଫ ଚାଷ ପାଇଁ ଏପରି ନିଷ୍ପତ୍ତି ନିଆଯାଇଛି । ଏଭଳି ସ୍ଥିତିରେ ଚାଷୀଙ୍କ ଉପରେ ଟଙ୍କା ଫେରସ୍ତ ଚାପ ନ ଦେବାକୁ ନିଷ୍ପତ୍ତି ନିଆଯାଇଛି । କୃଷି ଓ ଖାଦ୍ୟ ପ୍ରକ୍ରିୟାକରଣ ନିର୍ଦ୍ଦେଶାଳୟ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇ ସବୁ ଜିଲ୍ଲାର ମୁଖ୍ୟ କୃଷି ଅଧିକାରୀଙ୍କୁ ନିର୍ଦ୍ଦେଶାଳୟ ତରଫରୁ ଚିଠି ଜାରି କରାଯାଇଛି ।
’କାଳିଆ’ ଟଙ୍କା ପାଇଥିବା ଅଯୋଗ୍ୟ ହିତାଧିକାରୀଙ୍କଠାରୁ ଟଙ୍କା ଫେରାଇ ନେବା ପାଇଁ ନିଷ୍ପତ୍ତି ନେଇଥିଲେ ରାଜ୍ୟ ସରକାର। ଏଥିପାଇଁ ସବୁଜିଲ୍ଲାର କୃଷି ବିଭାଗ ପକ୍ଷରୁ ବିଜ୍ଞପ୍ତି ମଧ୍ୟ ପ୍ରକାଶ ପାଇଥିଲା । ତେବେ କାଳିଆ ଟଙ୍କା ଫେରାଇବାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ୍ କରିବା ସହିତ ଏହି ଟଙ୍କା ଅଫିସରମାନେ ଫେରାନ୍ତୁ ବୋଲି ଯୁକ୍ତି କରିଥିଲେ ।
Tags: କାଳିଆ ଟଙ୍କା