ପାଞ୍ଚ ଚୋରା ଦେଶୀ ମଦ ବେପାରୀଙ୍କୁ ଗିରଫ କଲା ବାଲୁଗାଁ ଅବକାରୀ ବିଭାଗ: ୨୦୪ ଲିଟର ଦେଶୀ ମଦ ସହ ୪ ମଟର ସାଇକେଲ ଜବତ

Published: Aug 10, 2020, 11:55 am IST

ସୀତାରାମ ଅଗ୍ରଓ୍ବାଲ

ବାଣପୁର : ଲକ୍‌ଡାଉନ୍‌ ସମୟରେ ବି ବାଣପୁର-ବାଲୁଗାଁରେ ଚାେରା ଦେଶୀ ମଦ ବେପାରୀଙ୍କ ଦୌରାତ୍ମ ବୃଦ୍ଧି ପାଇବାରେ ଲାଗିଛି । ବାରମ୍ବାର ପୋଲିସ୍‌ ଏବଂ ଅବକାରୀ ହାତରେ ଧରା ପଡୁଥିଲେ ସୁଦ୍ଧା ଏହି ଅଞ୍ଚଳରେ ଚୋରା ଦେଶୀ ମଦ କାରବାର ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସନ୍ଧ୍ୟାରେ କୌଣସି ସୂତ୍ରରୁ ଖବର ପାଇ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ଶ୍ରୀମତୀ ନିନା ବେଉରାଙ୍କ ନେତୃତ୍ୱ ରେ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ପାଞ୍ଚ ଜଣ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ୨୦୪ ଲିଟର ଦେଶୀ ମଦ ଜବତ କରିଛନ୍ତି ।

ମିଳିଥିବା ସୂଚନା ଅନୁସାରେ କୌଣସି ସୂତ୍ରରୁ ଖବର ପାଇଁ ଟାଙ୍ଗୀ ଅବକାରୀ ବିଭାଗ ଅଧିକାରିଣୀ ନିନା ବେଉରା ଓ ବାଲୁଗାଁ ଅବକାରୀ ବିଭାଗ ଅଧିକାରୀ ମନୋଜ ବାରିକ ଏବଂ ଟିମ ବାଣପୁର ଘଣ୍ଟଶିଳା ପାହାଡ଼ ନିକଟସ୍ଥ ହନୁମାନ ମନ୍ଦିରଠାରେ ଛପି ରହିଥିଲେ। ସେଠାରୁ ଦୁଇ ଜଣକୁ ଦେଶୀ ମଦ ସହ ଗିରଫ କରି ବିଳମ୍ବିତ ରାତ୍ରିରେ ମୁକ୍ତାଦେଇପୁର କେନାଲ ରୋଡ଼ ରୁ ଆଉ ତିନି ଜଣ ଙ୍କୁ ଦେଶୀ ମଦ ସହ ଗିରଫ କରିଥିଲେ ।ପାଞ୍ଚ ଜଣ ଅଭିଯୁକ୍ତଙ୍କଠୁ ସମୁଦାୟ ୨୦୪ ଲିଟର ଦେଶୀ ମଦ ସହ ୪ ମଟରସାଇକେଲ ଜବତ ହୋଇଛି । ପାଞ୍ଚ ଜଣ ଅଭିଯୁକ୍ତ ହେଲେ ରମେଶ ସୁନ୍ଦରାୟ, ପ୍ରବୀଣ ସାମନ୍ତରାୟ, ନରହରି ବାରିକ, ରିଙ୍କୁ ସ୍ୱାଇଁ ଏବଂ କୁଶ ଶବର l ସମସ୍ତଙ୍କ ଘର ବାଣପୁର ଅଞ୍ଚଳ ବୋଲି ଜଣାପଡିଛି । ସମସ୍ତ ଅଭିଯୁକ୍ତ ଙ୍କ ନାମରେ କେସ ନମ୍ବର ୨୦, ୨୧, ୩୮, ୩୯, ୪୦/ ୨୦-୨୧ ରେ ଗିରଫ କରାଯାଇ ଆଜି କୋର୍ଟ ଚାଲାଣ କରାଯିବ ବୋଲି ଟାଙ୍ଗୀ ଅବକାରୀ ବିଭାଗ ଇନ୍ସପେକ୍ଟର ନିନା ବେଉରା ସୂଚନା ଦେଇଛନ୍ତି ।

Related posts