ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା

Published: Aug 10, 2020, 1:28 pm IST

ନୂଆଦିଲ୍ଲୀ : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କୁ କରୋନା ।  ପୂର୍ବତନ ରାଷ୍ଟ୍ରପତିଙ୍କୁ କରୋନା ହୋଇଥିବା ନେଇ ସୂଚନା ମିଳିଛି । ନିଜେ ପ୍ରଣବ ମୁଖାର୍ଜୀ କରୋନା ପଜିଟିଭ୍‌ ହୋଇଥିବା ନେଇ ଟୁଇଟ୍‌ ଜରିଆରେ ସୂଚନା ଦେଇଛନ୍ତି ।ନିକଟରେ ତାଙ୍କ ସମ୍ପର୍କରେ ଆସିଥିବା ସମସ୍ତ ଲୋକଙ୍କୁ ଟେଷ୍ଟ କରିବା ସହ ଆଇସୋଲେସନ୍‌ରେ ରହିବାକୁ ଅନୁରୋଧ କରିଛନ୍ତ ପ୍ରଣବ ମୁଖାର୍ଜୀ । 84 ବର୍ଷୀୟ ପ୍ରଣବ ମୁଖାର୍ଜୀଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

କଂଗ୍ରେସର ବରିଷ୍ଠ ନେତା ରହିଥିବା ପ୍ରଣବ ମୁଖାର୍ଜୀ 2012ରୁ 2017 ପର୍ଯ୍ୟନ୍ତ ଦେଶର ରାଷ୍ଟ୍ରପତି ପଦବୀରେ ଅବସ୍ଥାପିତ ହୋଇଥିଲେ । 2019 ମସିହାରେ କେନ୍ଦ୍ର ସରକାରଙ୍କ ପ୍ରଣବ ମୁଖାର୍ଜୀଙ୍କୁ ଭାରତ ରତ୍ନ ସମ୍ମାନରେ ସମ୍ମାନିତ କରିଛନ୍ତି ।

ସୂଚନାଯୋଗ୍ୟ, କରୋନା କବଳରେ ବହୁ ରାଜନୈତିକ ହସ୍ତୀ ସମେତ ଅନେକ ସିନେଭିନେତା, ଖେଳାଳି ମାନେ ସାମିଲ୍‌ ହୋଇଛନ୍ତି । ନିକଟରେ କେନ୍ଦ୍ର  ଗୃହମନ୍ତ୍ରୀ ଅମିତ୍‌ ଶାହା, କେନ୍ଦ୍ର ପେଟ୍ରୋଲିୟମ୍‌ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍‌ ୟେଦୁରପ୍ପା, ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ଶିବରାଜ ସିଂହ ଚୌହ୍ବାନ ପ୍ରମୁଖ କରୋନାରେ ଆକ୍ରାନ୍ତ ହୋଇଛନ୍ତି ।

Related posts